STORYMIRROR

Priyabrata Mohanty

Fantasy Inspirational

4  

Priyabrata Mohanty

Fantasy Inspirational

ସାର୍ଥକ ଜୀବନ

ସାର୍ଥକ ଜୀବନ

1 min
338

ଅମର ଗାଥା     ଗାଏ ଦୁନିଆଁ

ଜୀବନକୁ ଦେଲେ ବଳିଦାନ,

କର୍ମ ହୋଇଲେ     ସ୍ୱାର୍ଥବିହୀନ

ସେବା ଭାବ ହୁଏ ଆଗମନ ।୧।


ଥିଲେ ଯେତେବି     ଧନ ରତନ

ଚରିତ୍ର ନଥିଲେ ମୂଲ୍ୟହୀନ,

ଗଲେ ଚାଲି ତ     ସ୍ୱାଭିମାନ ଟି

ନିରର୍ଥକ ହେବ ଏ ଜୀବନ ।୨।


ବଡ଼ ହେବାର     ଆଶାର ଆଗେ

ଭାଙ୍ଗୁ ତୁ କିଆଁ ନୀତି ସଂସ୍କାର,

ଭଲ ହୋଇଲେ     ଚାରିଦିଗରେ

ମିଳିବ ତତେ କେତେ ଆଦର ।୩।


ପ୍ରେମର ପୁଷ୍ପ     ଫୁଟିଲେ ଗୃହେ

ଭକ୍ତିର ଭାବ ହୋଇବ ଜାତ,

ସମର୍ପଣର     ଭାବନା ଘେନି

ବିଶାଳ କର ନିଜର ଚିତ୍ତ ।୪।


ସତ୍ୟ ଓ ପ୍ରେମ     ନିଷ୍ଠାର କର୍ମ

ଵ୍ୟର୍ଥ ନଯାଏ ଏସବୁ ଶ୍ରମ,

ମୂଲ୍ୟହୀନ ଯେ     ଦାନ ତୋହର

ଯେଉଁଠି ଲେଖା ନିଜର ନାମ ।୫।


ମାନବ ସେବା     ମାନବିକତା

ପାଇଁ କାହିଁକି ଲାଗେ ସରମ,

ଜୀବନ ଯୁଧ୍ୟେ     ମାନିଲେ ଧର୍ମ

ସାର୍ଥକ ହେବ ଏହି ଜନମ ।୬।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy