STORYMIRROR

ratnakar singha

Tragedy Fantasy

4  

ratnakar singha

Tragedy Fantasy

ଲାଚାର ଠେଲାବାଲା

ଲାଚାର ଠେଲାବାଲା

1 min
359


କଣ ବା ସେ କରିଥାନ୍ତା ଆଉ

ଘରେ ତାର ବୁଢା ବାପା ମାଆ

ସ୍ତ୍ରୀ ପିଲାଛୁଆଙ୍କର ଡହଳ ବିକଳ

କେମିତି ଚୁପରହି ଘରେ ବସିରହିଥାନ୍ତାଯେ

ତାର ହାତ ଗୋଡ଼ରେ ବଳ ଥାଉ ଥାଉ

ସେ କଣ ହାର ମାନିନେଇଥାନ୍ତା

ବିନା ଓଜରରେ ବିନା ସଂଘର୍ଷରେ ପାଇବାକୁ

ମୁଠାଏ ଆହାର ଜୀବନ ପ୍ରତିପୋଷଣର ।

ଘରୁ ବାହାରିଆସିଥିଲା ରୋଜଗାର ପାଇଁ

ଆପଣା ପ୍ରିୟ ଠେଲାଧରି

ସଜେଇ ଗହକିର ମନପସନ୍ଦ ଚିଜମାନ

ଆଖିରୁ ଲୁହପୋଛି ଆଶାର ମାନସିକ କରି

ମନକୁ ମନ ପ୍ରବୋଧନା ଦେଉଥାଏ ନିଜେ

କାହାରି ପେଟେଆଉ ରଖିବି ନାହିଁ ଭୋକ

ବେପାର ଆଜିଠୁ ମୋ ହୋଇଛି ଆରମ୍ଭତ ।

ମନମାଫିକ ବେପାର ଚାଲିଛି ତାର ଭାଇ

ଗହକି ଛଡା ତାର ନିଘା କେଣେ ନାହିଁ 

ଭାଗ୍ୟଦେବୀ ଅଛନ୍ତି ତା'ପ୍ରତି ପ୍ରସନ୍ନ

ଦୟାମୟ ପ୍ରଭୁଙ୍କ ଅକୃପାର ଆଶୀର୍ବାଦ 

କୁରୁଳି ନାଚିଉଠେ ଅନୁଭବୀ ତାର ମନ ।

ହଠାତ କାହୁଁ ମାଡ଼ିଆସିଲା ବିଏମସି ଗାଡି

ଲକଡାଉନ ଉଲଂଘନ ଆଇନବଳରେ

ତାକୁ ଦୋଷାରୋପ କରି

ଜାରିକଲେ ପରୱାନା ତାଙ୍କ ସେନାଜୋରି ।

ଫିଙ୍ଗିଦେଲେ ସରଞ୍ଜାମ 

ଦବଙ୍ଗପରି ଠେଲାଓଲଟାଇ

ଯେତେ ନେହୁରା ହେଲେ କିଏ ଶୁଣୁଛି

ସୈତାନ ଠାରୁ ବଳିଗଲେ

ନୃଶଂସ ନିର୍ଦ୍ଦୟ ହାତାହାତି କରି

ଟିକିଟିକି କରିଭାଙ୍ଗିଦେଲେ

ଠେଲାଟିକୁ ନିର୍ମମ ହାତୁଡି ପ୍ରହାରକରି 

ଜୀବିକାର ଥିଲା ତାର ପ୍ରଧାନ ଅବଲମ୍ବନ ।

ଆଉ ଠେଲା ଥିବଯେ

ଲକଡାଉନରେ ଆସିବ କରିବାକୁ ବେପାର

ସେ ଘରୁ ଯେମିତି ହୋଇଛି ବାହାର

ଭାଙ୍ଗିବାକୁ ସାହସ ତାହାର

ଟିକିଟିକି କରି ଚୁନା କରିଦେଲେ

ଜୀବିକା ଜୀବନର ଶେଷ ସମ୍ବଳ ସନ୍ତକ।

ମଥାପିଟି ଗଡିଯାଏ ବାବୁଙ୍କ ପାଦତଳେ

ନେହୁରା ହୁଏ କରି ମିନତି ବାର ବାର

କାହାର ହୃଦୟ ଅଛିଯେ ତଉଲିବାକୁ

ତା ବିକଳପଣ ମୁରବୀର ଧର୍ମ

ବୁଝିବାକୁ ତା'ମନର ଅତଳ ଜ୍ବାଳାର ବ୍ୟଥା

ଲଥକରି ବସିପଡ଼େ ନିରାଶା ହୃଦରେ         

ରାସ୍ତାର ଧାରରେ କୌରବର ଚକ୍ରବ୍ୟୁହରେ

ବିଜୁଳି ପୋକ ଉଡେ ଆଖିର ସାମ୍ନାରେ

ହାସ୍ୟାସ୍ପଦ କରି ଚତୁର୍ଦିଗ ଅନ୍ଧକାର 

ମନତଳେ ପଶିଆସେ ଦଲକାଏ ଝାଂଜିର ବତାସ

ଚତୁର୍ଦିଗ ବୋଲିଦେଇବିଭତ୍ସ ବିକଳ 

ମାୟା ମରୀଚିକା ନୃତ୍ୟ ଅଭାବୀ ପରଶ ।



Rate this content
Log in

Similar oriya poem from Tragedy