STORYMIRROR

Samar Ballav Bhoi

Fantasy Inspirational

4  

Samar Ballav Bhoi

Fantasy Inspirational

ମା ମାଣୀକେଶ୍ବରୀ

ମା ମାଣୀକେଶ୍ବରୀ

1 min
377


କଳାହାଣ୍ଡି ର ଭବାନୀପାଟଣା ରାଜ ଭବନେ

ମାଆ ମାଣିକେଶ୍ଵରୀ ଅଟନ୍ତି ଅଧିଷ୍ଠାତ୍ରୀ ଦେବୀ,

ବିଶ୍ବାସର ସିଏ ଅଟନ୍ତି ପୂଣ୍ୟମୟୀ ମା ଦେବୀ 

ନାଗବଂଶୀ ରାଜାଙ୍କର ଅଟନ୍ତି ଇଷ୍ଟଦେବୀ ।।


ରାଜ ବଂଶର ରାଜା ଉଦିତ ପ୍ରତାପ ଦେଓ 

ପ୍ରଜାଙ୍କର ଥିଲେ ଭାରି ପ୍ରିୟ

ମାଣିକେଶ୍ବରୀଙ୍କ ମନ୍ଦିର ଭିତ୍ତି କରିଲେ ସ୍ଥାପନ 

ତାଙ୍କ ନାତି ରାଜା ବ୍ରଜ ମୋହନଙ୍କ ରାଜତ୍ଵ କାଳେ

ଅଠର ଶହ ଖ୍ରୀଷ୍ଟାବ୍ଦ ଶେଷେ

ମା'ଙ୍କ ମନ୍ଦିର ହୋଇଥିଲା ପୁରା ସମ୍ପୂର୍ଣ୍ଣ।।


ବାହ୍ୟ ଶତୃଠାରୁ ସୁରକ୍ଷା ନିମନ୍ତେ

ମନ୍ଦିର ବେଢାରେ ପୂଜିତା ଦଶ ମହାବିଦ୍ୟା

ଦେବୀ ବୈଷ୍ଣବୀ ବାରାହୀ ନାମେ 

ନରସିଂହ ମୂର୍ତ୍ତୀ ପୂଜିତ ମହାକାଳ ଭୈରବ

ବର୍ଷ ସାରା ବନ୍ଦ ଥାଏ ମନ୍ଦିର ଦ୍ବାର,

ଦଶହରା ସମୟେ ମହାସପ୍ତମୀ ଦିନ

ଖୋଲା ହୋଇ ପୂଜା ହୁଏ ସେ ମନ୍ଦିର।।


ଛତର୍ ଯାତ୍ରା ଅଟେ ପ୍ରିୟ ମାଆଙ୍କର

ଏହି ଯାତ୍ରା ରେ ଲାଗେ ପଶୁବଳି,

ଭାରି କଷ୍ଟକର ଏ ସବୁ କରିବା

ଅନ୍ଧ ବିଶ୍ବାସରେ ପଶୁବଳି ପ୍ରଥା 

ଅଟେ ଜଘନ୍ୟ ପାପ,

ମା ମାଣୀକେଶ୍ବରୀଙ୍କ ଏ ପ୍ରିୟ ଯାତ୍ରା

ଭବାନୀପାଟଣା ଗଡର ସୁରକ୍ଷା

ମାଆଙ୍କ ହାତରେ ନ୍ୟସ୍ତ,

ମିଛ ପରମ୍ପରା ଅନ୍ଧ ବିଶ୍ବାସରେ 

ନ ହେଉ କେବେ ପଶୁବଳି ସେଠି

ନୀରିହ ଜୀବଙ୍କ ହତ୍ୟା ଅଟେ ପାପ

ବିଶ୍ବାସେ ପୂଜନ୍ତୁ ମାଆ ମାଣିକେଶ୍ଵରୀ ଙ୍କୁ 

ମାଆ ଦେବେ କେତେ ଆଶୀଷ।।  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy