STORYMIRROR

Subhashree Nayak

Children Stories Fantasy Inspirational

4  

Subhashree Nayak

Children Stories Fantasy Inspirational

ମାଆ

ମାଆ

1 min
378

ଅନ୍ଧାରରେ ଥିଲି ବୁଡି

   ଆଲୁଅ ଦେଖାଇଲୁ,

ପଥରର ଦୁୁୁଃଖ ଥିଲା

    ତୁଳା ସୁଖ ଆଣିଲୁ।

ନ ଖାଇ ତୁ ଖୁଆଇଲୁ

    ମରି ମରି ବଞ୍ଚିଲୁ,

ମରିଯିବି କାଳେ ମୋତେ

     ବଞ୍ଚାଇ ତୁ ରଖିଲୁ।

ଜାଣି ନଥିଲି ମୁଁ କିଛି

     କଥା- ଭାଷା ବିଜ୍ଞାନ,

ମାଆ ଡାକ ଶିଖାଇଲୁ

      ଦେଲୁ ସମାଜେ ସ୍ଥାନ।

ବିପଦରେ ପଡ଼ି ମୁହିଁ

     ଖୋଜୁଥିଲେ ରାହାକୁ,

ପାଲଟି ଯାଉ ତୁ ରାହା

      ବଢ଼ାଉ ତୋ ବାହାକୁ।

ଦେଇନାହିଁ କିଛି ତତେ

      ତୁ ବି କିଛି ମାଗିନୁ,

କିବା ଅବା ଦେବି ତୋତେ

      ସବୁ ତୋର ଚରଣୁ।

ତୁ ମୋର ଜ୍ଞାନଦାତ୍ରୀ

      ତୁ ମୋର ପ୍ରେରଣା,

ତୋ ପାଇଁ ଜୀବନେ ଝରେ

      ଆଶୀର୍ବାଦ ଝରଣା।

ରଖିଥିବୁ ହାତ ତୋର

      ମୋର ମଥା ଉପରେ,

ତୋ ପାଇଁ ମୁଁ ହେବି ଦିନେ

      ବ୍ରହ୍ମାଣ୍ଡ ବିଜୟୀରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍