STORYMIRROR

Subhashree Nayak

Romance

3  

Subhashree Nayak

Romance

ସନ୍ଧ୍ୟା ବେଳ

ସନ୍ଧ୍ୟା ବେଳ

1 min
296

ଦିନ ଆସେ ଦିନ ଯିଏ

ସ୍ଵପ୍ନ ଆସେ ସ୍ଵପ୍ନ ଯାଏ,

କିଛି ସ୍ଵପ୍ନ କେଇ କ୍ଷଣ

ହୃଦୟରେ ରହିଯାଏ।


ଆଶା ଥିଲା କିଛି ମୋର

ହେଲା ପୂରା ଗଲା ବର୍ଷ,

ଦିନ ମାସ ପ୍ରତି କ୍ଷଣ

ଛାଇଗଲା ପୂର୍ଣ୍ଣ ହର୍ଷ।


ଅଚାନକ ଢେଉ ଭଳି

ପାଦ ଦେଲ ଜୀବନରେ,

ଜୀବନକୁ ଧରି ହାତେ

ରହିଗଲ ହୃଦୟରେ।


ପ୍ରଥମେ ଭେଟି ତୁମକୁ

କ୍ଳାସ୍ ରୁମ୍ ସାମ୍ନାରେ,

କିମ୍ପାଇ ମୁଁ ଜାଣେ ନାହିଁ

ଛାତି ମୋର ବେଶି ଥରେ।


ଧିରେ ଧିରେ ଅଚିହ୍ନା ରୁ

ଚିହ୍ନା ତୁମେ ପାଲଟିଲ,

ଶୁଷ୍କ ମନେ ମୋର ତୁମେ

ଛିଞ୍ଚି ଦେଲ ବର୍ଷା ଜଳ।


ଆଜି ବି ମନରେ ଅଛି

ତୁମ ସେ ପହିଲି ରାଣ,

କେଜାଣି କେମିତି ତୁମେ

ଜିତି ନେଲ ମୋର ମନ।


ହାତକୁ ମୋ ହାତେ ଧରି

ବାଟ ତୁମେ ଦେଖାଇଲ,

ଆଖି ଲୁହ ନିଜେ ପୋଛି

ସବୁ କଷ୍ଟ ଦୂରେଇଲ।


ମନେ ଅଛି ସେଦିନର

ଅଭିନବ ସନ୍ଧ୍ୟା ବେଳ,

ମୁଁ ଥିଲି ତୁମେ ଥିଲ

ଥିଲା କେତେ କୋଳାହଳ।


ହାତ ଧରି ଟାଣିନେଲ

ଓଠେ ଟାଣି ହସ ଗାର,

ତୁମ ସେଇ ହସ ଟିକେ

କରିଲା ମୋତେ ନିଜର।


ପ୍ରତି କ୍ଷଣେ ପ୍ରତି ଦିନେ

ଅହରହ ମନ ଖୋଜେ,

ଭେଟ ମିଳିଗଲେ ଥରେ

ହୃଦୟେ ଝଙ୍କାର ବାଜେ।


ଅଜଣା ରୁ ଚିହ୍ନା ହେଲ

ହୃଦୟେ ଜାଗା କିଣିଲ,

ପ୍ରତି କ୍ଷଣେ ବେଶି ବେଶି 

ପାଖକୁ ତୁମେ ଟାଣିଲ।


କି ସମ୍ପର୍କ କି ଭାବନା

କି ସଂଯୋଗ ଏ ଆମର,

ରହିଥାଅ ସବୁବେଳେ

ହୃଦୟେ ଏପରି ମୋର।


ଅମାନିଆ ମନ ତଳେ

ତୁମେ ଯେ ଗୋଟିଏ ଝଡ଼,

ଧିରେ ଧିରେ ମୋ ଦୁନିଆ 

ତୁମ ପାଇଁ ଲାଗେ ବଡ଼।


ଈଶ୍ୱର କୃପାରୁ ତୁମେ

ମୋ ଜୀବନେ ପାଦ ଦେଲ,

ସେ ଈଶ୍ୱର ରଖିଥାନ୍ତୁ

ତୁମକୁ ସର୍ବଦା ଭଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance