STORYMIRROR

Subhashree Nayak

Inspirational

3  

Subhashree Nayak

Inspirational

ଉତ୍କଳ ମାଟି

ଉତ୍କଳ ମାଟି

1 min
297

କଳା ନୈପୁଣ୍ୟରେ ପରିପୂର୍ଣ୍ଣା ବୋଲି

       ନାମ ବହିଛି ଉତ୍କଳ,

କୁଙ୍କୁମ ଲେପିତ କୀର୍ତ୍ତିରାଜି ତା'ର

       ସତେ କି ପଙ୍କେ ଉତ୍ପଳ।

ଆମେରେ ଓଡ଼ିଆ ଗର୍ବରେ ଆମେ

       ଫୁଲାଇ‌ କହୁଛୁ ଛାତି

ପଥର ବି ଏଠି କଥା କହି ପାରେ

       ଝରଣା ବି ଗାଏ ଗୀତି।

ମନରେ ଆମର ଆଶା ଅସୁମାରୀ

       ଆଖିରେ ସପନ ମାଖି

ଘାତ ପ୍ରତିଘାତ ସହ୍ୟ କରୁ ଆମେ

       ସାହାସୀ ଓଡ଼ିଆ ଜାତି।

କି ମଧୁର ଆମ ଏ ଓଡ଼ିଆ ଭାଷା

       କି ମଧୁର ପିଠାପଣା

କି ସୁନ୍ଦର ଆମ ଜଗନ୍ନାଥ ଦେଖ

       ଜଗତେ ଉଡାନ୍ତି ବାନା।

ପ୍ରତି ଓଡ଼ିଆର ହୃଦୟ ସ୍ପନ୍ଦନେ 

       ଗୋଟିଏ ନାମ ହିଁ ଲେଖା

ଜଗନ୍ନାଥ ସିଏ ଜଗତର ନାଥ

       ସମସ୍ତଙ୍କ ଭାଗ୍ୟ ରେଖା।

ଶପଥ କରିବା ଆଜିର ଦିନରେ

       ଆସ ହେ ଭଉଣୀ ଭାଇ

ରଖିବା ଆମର ମାଟି ମା ଟେକ

        କେବେ ବି ଭୂଲିବା ନାହିଁ

        କେବେ ବି ଭୂଲିବା ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational