STORYMIRROR

Subhashree Nayak

Tragedy

3  

Subhashree Nayak

Tragedy

ଈଶ୍ୱର

ଈଶ୍ୱର

1 min
171

ଦେଖିଛି ମୁଁ ଈଶ୍ୱରଙ୍କୁ

ଅବିଶ୍ୱସନୀୟ

କିନ୍ତୁ କଥାଟା ସତ !

ତାଙ୍କ କାଦୁଅ ବୋଳା ପାଦ ସହ

ଘରକୁ ଫେରିଥିବା 

କଂସାରେ ଅଧା ଭାତ ।


ପାଇଛି ମୁଁ ଈଶ୍ୱରଙ୍କୁ

ଅତି ନିକଟରେ,

ମିଛ ନୁହେଁ କଥା !

ମୁଢ଼ି ମୁଠେ ଧରିଲା ବେଳେ

ସାତ ସିଆ ତାଙ୍କ

ବରଷ ଯାକର ଗୋଟିଏ ହିଁ

ଚିରା ଗାମୁଛା !


ଅନୁଭବ କରିଛି ଈଶ୍ୱରଙ୍କୁ

ଭଲରେ - ମନ୍ଦରେ,

ଏକୋଇ ପ୍ରକଟିତ !

ମେଳା ମଉଛବରେ ସବା ଉଚ୍ଚା କରି

କାନ୍ଧରେ ବସେଇ ମୋତେ

ଧରିବାର ଦୁଇ ହାତ !


ଜାଣିଛି ମୁଁ କଷ୍ଟ କୁ ତାଙ୍କର

ଅବ୍ୟକ୍ତ

ମାତ୍ର କଥାଟା ସତ !

ଆଖି କୋଣରେ ଜକଉ ଥିବା ଲୁହକୁ

ଲୁଚେଇ ପୋଛୁଥାଏ -

ବଧିରା ଦୁଇ ହାତ !



ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Subhashree Nayak

ଈଶ୍ୱର

ଈଶ୍ୱର

1 min വായിക്കുക

କଣ୍ଢେଇ

କଣ୍ଢେଇ

1 min വായിക്കുക

ତାଳଗଛ

ତାଳଗଛ

1 min വായിക്കുക

ମାଆ

ମାଆ

1 min വായിക്കുക

ତୁମେ

ତୁମେ

1 min വായിക്കുക

Similar oriya poem from Tragedy