Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Subhashree Nayak

Abstract Tragedy

4.0  

Subhashree Nayak

Abstract Tragedy

ତୁମେ କେଉଁଠି ?

ତୁମେ କେଉଁଠି ?

1 min
249



ଧନୀ-ଗରୀବ ର ପାର୍ଥକ୍ୟ ଟା ଆଜି

ଦିନୁ ଦିନ ବଢ଼ି ଚାଲିଛି,

କାହା ପାଖେ ଠୁଳ ଅମାପ ସମ୍ପତ୍ତି

କିଏ ଦୁଇ ମୁଠା ପାଇଁ କାନ୍ଦୁଛି ! 

ସ୍ଵାଧୀନତା ତୁମେ କେଉଁଠି?


ପାଞ୍ଚ ରୁ ପଚାଶ ବୟସଟା ଆଜି

ସାମାନ୍ୟ ଅଙ୍କ ଟେ ସାଜିଛି,

ପଶୁ ଅତ୍ୟାଚାର ନାରୀଟି ଉପରେ

ବାହା ମେଲି ଏଠି ଗର୍ଜୁଛି !

ସ୍ଵାଧୀନତା ତୁମେ କେଉଁଠି ?


ହତିଆର ବାଲା ମୁଣ୍ଡ ଟେକି ବୁଲେ

ଚାଷୀ ଆତ୍ମହତ୍ୟା କରୁଛି,

ବିଡ଼ା ବିଡ଼ା ନୋଟ୍ କାହା ପାଇଁ ବନ୍ଧା

କିଏ ଟଙ୍କା ଅଭାବରୁ ମରୁଛି !

ସ୍ଵାଧୀନତା ତୁମେ କେଉଁଠି ?


ଆସିବା ନାଁ ରେ ପଥ ଭୂଲି ଖାଲି

ସମ୍ବିଧାନେ ରହିଗଲ କି ?

ଭଙ୍ଗା କୁଡିଆରେ ଆଜି ବି ପଡ଼ିଛି

ଲୁହ ଭିଜା ଆଖି ସ୍ଵପ୍ନ ଟି !

ସ୍ଵାଧୀନତା ତୁମେ କେଉଁଠି ??



Rate this content
Log in

Similar oriya poem from Abstract