STORYMIRROR

Subhashree Nayak

Tragedy

3  

Subhashree Nayak

Tragedy

କଣ୍ଢେଇ

କଣ୍ଢେଇ

1 min
278

ଶୁଖା କଣ୍ଢେଇଟେ ଦଇବ ହାତରେ

ନାହିଁ ତା'ର ଲାଭ ହାନି,

ଦଇବ ଦଉଡ଼ି ଯେଣିକି ଟାଣଇ

ଯିବ ସେ ସବୁକୁ ମାନି।


କେବେ ସେ ହସାଏ କେବେ ସେ କନ୍ଦାଏ

ହାତରେ ଦଉଡ଼ି ଧରି,

ହସ ହସ ମୁଖେ ଲୁହ ଭରେ କେବେ

ଅଦୃଶ୍ୟ ଶକତି ଭରି।


ସୁନା ସଂପର୍କଟା ହେଇଯାଏ ଚୂନା

ଫିକା ପଡ଼େ ସବୁ ସୁଖ,

ଦଇବ କବଳେ କଣ୍ଢେଇ ମଣିଷ

ପାଏ ପୁଣି ବାର ଦୁଃଖ।


ଚିହ୍ନେ ନାହିଁ କେହି ଦୁଃଖିଲା ମୁହଁକୁ

ହସ ସବୁରି ଜରୁରୀ,

ଆଜି ଯେ ନିଜର କାଲି ହୁଏ ପର

ସବୁ ସେନେହକୁ ଛାଡ଼ି।


ମଣିଷ କଣ୍ଢେଇ ଦଇବ ହାତରେ

ହୁଏ ଭାରି କଲବଲ,

ଉପରେ ହସଇ ମରମେ କାନ୍ଦଇ

ଛଳନା କୁ ମଣି ଭଲ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy