STORYMIRROR

Subhashree Nayak

Abstract Romance Fantasy

4  

Subhashree Nayak

Abstract Romance Fantasy

ତୁମେ

ତୁମେ

1 min
265

ସାଧାରଣ ସମ୍ପର୍କରେ ଆମର

ଅସାଧାରଣ ସ୍ତମ୍ଭଟିଏ ତୁମେ,

ରଙ୍ଗହୀନ ଜୀବନ କାହାଣୀର

ଅବିିିଚ୍ଛେଦ୍ୟ ଚରିତ୍ରଟେ ତୁମେ।


କେଜାଣି କେମିତି ଲୁହ ଚାପି ଓଠେ

ହସ ବୁଣିଦିଅ ତୁମେ,

ତୁମ ବିନା ଏଇ ଜୀବନର କେବେ

ରହିିିିିବନି କିଛି ମାନେ।


ସମୟ ଜମାରୁ ସରେନାହିଁ କିନ୍ତୁ

ସରେ ତୁମେ ପାଶେ ଥିଲେ,

ଆକାଶଠୁ ବେଶି ଲମ୍ବା ହେଇଯାଏ

ତୁମେ ଥରେ ଦୂରେ ଗଲେ।


ଆତ୍ମହରା ହୁଏ ଥରେ ଦେଖି ଦେଲେ

ବ୍ୟତିବ୍ୟସ୍ତ ନ ଦେଖିଲେ,

ଦୂରରେ ରହିକି ମନେମନେ ମୁଁ ଯେ

ତୁମକୁ ହିଁ ଖୋଜିବୁଲେ।


ତୁମ ସ୍ପର୍ଶେ ପ୍ରସ୍ଫୁଟିତ ଏ କଳିକା

ତୁମ ଅପେକ୍ଷାରେ ଥାଏ,

ପଡେନା ପଲକ ବୁଝେନାହିଁ ମନ

ରାତି ଏମିତି ହିଁ ପାହିଯାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract