STORYMIRROR

Subhashree Nayak

Inspirational

4  

Subhashree Nayak

Inspirational

ତାଳଗଛ

ତାଳଗଛ

1 min
480


ନିଜେ ସେ ଜାଣଇ କେତେ ଯେ କାଳରୁ

ମୁଣ୍ଡ ଟେକି ଅଛି ଠିଆ ସେମିତି,

ହସ ଲୁହ ଛାଇ ଖରା ବରଷାରେ

ମିଛ ଅପବାଦ ସହେ କେମିତି!


ଦୂର ଆକାଶର କୁଆପଥର

କେବେ ବଜ୍ରପାତର ଘର୍ଘର ସ୍ୱର,

ମଥା ପାତି ସହେ ଆଉ ସହିବାର

ଦମ୍ଭ ଧରେ ସଦା ହୋଇ ହୁସିଆର।


ଛତ୍ର ଛାୟାରେ ତିନି ପ୍ରାଣୀ କୁଟୁମ୍ବ

ବଞ୍ଚାଇ- ମୁଣ୍ଡ ଝାଳ ତୁଣ୍ଡେ ମାରିଛି,

ବିପଦର ଛାଇ ଆସିବା ବାଟରେ

ବାହା ମେଲି ନିଜେ ଏକା ଲଢିଛି।


ଛାତିରେ ତାହାର ହଜାରେ କୋହ

ଜାଣି ଶୁଣି ସବୁ ଚାପି ଦେଇଛି,

ହସି ହସେଇବା ଜଞ୍ଜାଳଟା ବୋଧେ

ନିଜ ନାଁ ରେ ସେ ବାନ୍ଧି ନେଇଛି।


ଜଳି ଯିବ ପଛେ ଜାଳିବ ନାହିଁ ସେ

ଡେଙ୍ଗା ହେଇ ସେହୁ ମୁଣ୍ଡ ରଖିଛି,

ସଂସାର କୁ ତା'ର ଜୀବନ ନଈରେ

ପାରି କରିବାର ପଣ କରିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational