STORYMIRROR

Subhashree Nayak

Tragedy Classics Fantasy

3  

Subhashree Nayak

Tragedy Classics Fantasy

ସ୍ମୃତିରେ ତୁମେ

ସ୍ମୃତିରେ ତୁମେ

1 min
1.0K

ନୀରବ ରାତିର ଜହ୍ନ ଆଲୁଅରେ

ଯେବେ ମୁଁ ଏକାକୀ ବସେ,

ସ୍ମୃତି ସବୁ ତୁମ ଫିକା ଜୋଛନାରେ 

ଆସ୍ତେ ଆସ୍ତେ ଭାସି ଆସେ।


ଜାଣି ଜାଣି ମୋତେ ଅଝଟ କରାଏ

ତୁମ ହସ ହସ ମୁହଁ,

ଦେଇଯାଅ ତୁମେ ଶୁଖିଲା ଆଖିରେ

ଚିହ୍ନା ବେଦନାର ଲୁହ ।


ଆଖିର ଲୁହକୁ ଓଠ ପିଇଯାଏ

ମନକୁ ନିବୁଜ କରି,

ଅତୀତ ସବୁ ବନ୍ଧା ରହିଯାଏ

ସ୍ଥିର ପ୍ରତିଛବି ପରି ।


ତୁମେ ଗଲାପରେ ତୁମରି ପ୍ରେରଣା

ଛାଇ ପରି ସାଥେ ରହି,

ପ୍ରତିଟି ମୁହୂର୍ତ୍ତ ସ୍ମୃତି ଦରିଆରେ

ବଞ୍ଚିବାକୁ ଯାଏ କହି ।


ଲୀନ ହୁଅ ତୁମେ ସକାଳ କିରଣେ

ସ୍ମିତ ହାସ୍ୟ ମୁଖେ ତୋଳି,

ଜାଣିଥାଏ ତୁମେ ପୁଣି ଆସିବ

ସ୍ମୃତି ମୁଠେ ହାତେ ଧରି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy