STORYMIRROR

Samita Swain

Fantasy Inspirational

4  

Samita Swain

Fantasy Inspirational

ଅମର ସହିଦ୍

ଅମର ସହିଦ୍

1 min
441

ଦେଶ ମାତୃକାର ସେବାରେ ନିଜର

ମନ ପ୍ରାଣ ଢାଳି ଦେଇ

ସତତ ଜାଗ୍ରତ ହୋଇ 

ଅଗ୍ରସର ହୋଇ କର୍ତ୍ତବ୍ୟ କରିଲେ

ଜୀବନ ବାଜି ଲଗାଇ।।


ଘୋର ଅନ୍ଧକାରେ ସାଜି ସେ ମଶାଲ 

ମାଆ ର ସୁରକ୍ଷା ପାଇଁ 

ସ୍ବାର୍ଥ କୁ ଆହୁତି ଦେଇ

ଶତ୍ରୁର ଗୁଳିରେ ଛାତିକୁ ପତାଇ

ଗଲେ ସେ ସହିଦ୍ ହୋଇ।।


ସ୍ବାଧୀନତା ପାଇଁ ବିଦ୍ରୋହର ବହ୍ନି

ଜାଳି ସବୁରି ମନରେ

ଇଂରେଜ ଙ୍କ ବିରୁଦ୍ଧରେ

ସ୍ବାଭିମାନୀ ପଣେ ଯଶ ରଖିଗଲେ

କାଳକାଳକୁ ମହିରେ।।


ତ୍ଯାଗ ବଳିଦାନେ ମରି ସେ ଅମର

ସ୍ବତନ୍ତ୍ର ସେ ଜୀବନରେ

ମହାମାନବ ରୂପରେ

ଭାରତ ମାତା ର ସୁଯୋଗ୍ଯ ସନ୍ତାନ 

ଜୀବନ ମାନଦଣ୍ଡରେ।।


ପରାଧିନତାର ଶୃଙ୍ଖଳ ଛିଡାଇ

ଲୁଣିଆ ଲୁହକୁ ପିଇ

ରକତ ନିଗାଡି ଦେଇ

ଅମୂଲ୍ୟ ଜୀବନ କେତେ ଗଲା ଝଡି

ଆମ ସ୍ବାଧୀନତା ପାଇଁ।।


ବିଦେଶୀ ଦ୍ରବ୍ଯକୁ ବର୍ଜନ କରି

ସ୍ବଦେଶୀ କୁ ଆପଣାଇ

ଦୃଢ ସଂକଳ୍ପ ସେ ନେଇ

ସ୍ବାଧୀନ ଜୀବନେ ସ୍ବାଧୀନ ବିଚାର 

ପ୍ରାପ୍ତ କଲେ ଦେଶ ପାଇଁ।।


ଯୁଗସୂର୍ଯ୍ଯ ସେ'ତ ଚିର ସ୍କରଣୀୟ 

କରି କର୍ମ ଶ୍ରେଷ୍ଠତମ 

ଇତିହାସେ ଲେଖା ନାମ

ଦେଶ ଜାତି ପାଇଁ ଶହୀଦ୍ ହୋଇଲେ

କହି "ବନ୍ଦେ ମାତରମ୍"।।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy