Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

RUNALAILA MOHANTA

Fantasy Others

4.3  

RUNALAILA MOHANTA

Fantasy Others

ମୋ ପବିତ୍ର ଓଡ଼ିଶା ଭୂଇଁ

ମୋ ପବିତ୍ର ଓଡ଼ିଶା ଭୂଇଁ

1 min
347


     ମନ୍ଦିର ମାଳିନୀ ସହର ଅଟଇ

    ମୋ ପବିତ୍ର ଓଡ଼ିଶାର ରାଜଧାନୀ

   କୋଣ ଅନୁକୋଣେ ବିଜେ ଦେବଦେବୀ

     ଶୁଣିବାକୁ ଭକ୍ତଗଣଙ୍କ ଅଳି ।


     ଓଡ଼ିଶା ର ବଡ କଳା ଠାକୁର

  ପୁରୁଷୋତ୍ତମ କ୍ଷେତ୍ର ପୁରୀରେ ବିଜେମାନ।

    ଶ୍ରୀକୃଷ୍ଣ ମନ୍ଦିର ସେ ଭୁବନେଶ୍ୱରର

    ଅନନ୍ତ ବାସୁଦେବ ନାମେ ପରିଚିତ ।


      ମାଁ ତାରାତାରିଣୀ ମନ୍ଦିର

    ଏକାବନ ଶକ୍ତିପୀଠ ମଧ୍ୟରେ ଏକ

     ଶକ୍ତିସ୍ୱରୂପିଣୀ ଯାଆଁଳା ଦେବୀ

      ମାଁ ସତୀ ବକ୍ଷଜରୁ ସୃଷ୍ଟି

     ବୌଦ୍ଧ ବୈଷ୍ଣବୀ ତନ୍ତ୍ର ଶକ୍ତିପୀଠ

     ଗଞ୍ଜାମ ଜିଲ୍ଲାର କଲ୍ୟାଣଧାମ ।


     ସମ୍ବଲପୁର ର ସେ ସମଲେଶ୍ଵରୀ

     ମାଁ ଙ୍କ ମନ୍ଦିର ଭାରି ଶକ୍ତିଶାଳୀ

    ପଶ୍ଚିମ ଓଡ଼ିଶାର ସେ ଧାର୍ମିକ ଶକ୍ତି

    ମହାନଦୀ କୂଳରେ ତାର ଅବସ୍ଥିତି ।


      ଦେବୀ ଦୁର୍ଗାଙ୍କ ଅନ୍ୟରୂପ 

      ମାଁ ବିରଜା ନାମେ ପରିଚିତ

       ଯିବ ଯେବେ ଯାଜପୁର

     ମାଁ ଙ୍କ ମନ୍ଦିର ବୁଲି ଆସିବ ।


 ମନ୍ଦିରମାଳିନୀ ସହରର ସେ ପ୍ରାଚୀନ ମନ୍ଦିର

   ସମସ୍ତ ମନ୍ଦିର ମଧ୍ୟେ ତାହା ବୃହତ୍ତର

  ଲିଙ୍ଗରାଜ ମହାପ୍ରଭୁ ହରିହର ନାମେ ପୂଜିତ

    ମିଳିତ ରୂପ ଯେ ସେ ଶିବବିଷ୍ଣୁଙ୍କର ।


    ପ୍ରସିଦ୍ଧ ବିମଲେଶ୍ଵର ଶିବ ମନ୍ଦିର

     ସମ୍ବଲପୁରର ହୁମା ରେ ସ୍ଥିତ

     ପ୍ରଭୁଙ୍କ ଶ୍ରୀକ୍ଷେତ୍ର ଅଟଇ ଭିନ୍ନ

   ପୃଥିବୀର ଦୁଇ ବକ୍ରମନ୍ଦିର ମଧ୍ୟେ ଏକ ।


  ନୃସିଂହନାଥ ମନ୍ଦିର ପ୍ରଭୁ ବିଶ୍ଵନାଥଙ୍କର

   ପାଇକମାଳ ସହରର ସେ ଦେବସ୍ଥଳ ।

    ସମ୍ବଲପୁରର ସେ ମାଁ ଘଣ୍ଟେଶ୍ୱରୀ

    ଶୁଣିଥାନ୍ତି ସଦା ଭକ୍ତଙ୍କ ଗୁହାରି ।


   ମୟୂରଭଞ୍ଜର ସର୍ବ ପୁରାତନ ମନ୍ଦିର

   ମାଁ କିଚକେଶ୍ୱରୀ ସେଠି ସଦା ପୂଜିତ

   ପ୍ରତ୍ୟକ୍ଷ ଦେବୀ ସେ ଖିଚିଙ୍ଗରେ ସ୍ଥିତ

   ସେଥିପାଇଁ ସଦା ସେଠି ଭକ୍ତଙ୍କ ଭିଡ ।


  ଲୋକପ୍ରିୟ ମନ୍ଦିର ସେ ଭୁବନେଶ୍ୱରର

   ରାଜାରାଣୀ ନାମେ ଯେ ବିଖ୍ୟାତ

   ମହିଳା ଓ ଦମ୍ପତିଙ୍କ ଚିତ୍ରପଟ୍ଟ ଖୋଦିତ

    ଖୋର୍ଦ୍ଧା ଜିଲ୍ଲାର ସେ ପ୍ରେମ ମନ୍ଦିର ।


  ମାଉସୀ ମା ଦେଉଳ ସେ ପୁରୀ ଜିଲ୍ଲାର

  ରଥଯାତ୍ରା ସମୟରେ ତାର ଅତି ଆଦର ।

 ପର୍ଶୁରାମେଶ୍ୱର ମନ୍ଦିରରେ ବିଜେ ମହାଦେବ

   ଭୁବନେଶ୍ୱର ର ସେ ଅଟଇ ଶିବସ୍ଥଳ ।


  ଖୋର୍ଦ୍ଧା ଜିଲ୍ଲାର ସେ ମୁକ୍ତେଶ୍ଵର ଭଗବାନ

 ଆଧ୍ୟାତ୍ମିକ ଶକ୍ତି ମିଳେ ସେଠି ପ୍ରଭୁ ଶିବଙ୍କର

   ଜଟିଳ କାରିଗରୀ ତାର ସୁସଂଘଠିତ

  କ୍ଷୁଦ୍ର ରତନ ଭାବେ ସେ ମନ୍ଦିର ଗଣିତ ।


    କୋଣାର୍କ ର ସେ ସୂର୍ଯ୍ୟ ମନ୍ଦିର

   ପୁରୀ ଜିଲ୍ଲାର ଗର୍ବ ଆଉ ଗୌରବ

   ଆକୃତି ତାର ଚଳନ୍ତା ରଥ ଆକାର

  ବିଶ୍ଵ ଐତିହାସିକ ସ୍ଥଳ ମୋ ଓଡ଼ିଶାର ।



Rate this content
Log in

Similar oriya poem from Fantasy