STORYMIRROR

Biswanath Nayak

Fantasy Others

4  

Biswanath Nayak

Fantasy Others

ସନ୍ଧ୍ୟା ତାରା

ସନ୍ଧ୍ୟା ତାରା

1 min
413


ସଞ୍ଜୁଆ ଆକାଶେ

ଛୋଟ ତାରାଟିଏ

ହସୁଥିଲା ମୋତେ ଚାହିଁ। 

ଅନାବିଳ ତା'ର

ସେ ହସ ଝରଣା 

ଯାଉଥିଲା ମୋତେ ଛୁଇଁ। 


ନଥିଲା ତା ଠାରେ

ସ୍ଵାର୍ଥ ହିଂସା ଭାବ

ସଂସାର ଲୋକଙ୍କ ପରି। 

ଆଲୋକ ରଜ୍ଜୁରେ

ବାନ୍ଧୁଥିଲା ସିଏ

ମୋ ସାଥେ ସେନେହ ଡୋରି। 


ଦୁହେଁ ଦୁହିଙ୍କଠୁ

ଥିଲୁ କେତେ ଦୂରେ

ସେକଥା ନଥିଲା ଜଣା। 

ତଥାପି କାହିଁକି

ଲାଗୁଥିଲା ସିଏ

ଯେପରି ଅତି ଆପଣା। 


ମୋ ମନ ତା ପାଶେ

ଯାଉଥିଲା ଚାଲି

ଦୁନିଆକୁ ହୋଇ ପାର। 

ନିସ୍ଵାର୍ଥ ସମ୍ପର୍କ

ଥାଉ ଯେତେ ଦୂରେ

ଲାଗଇ ଅତି ନିଜର। 


ସଂସାର ଜଞ୍ଜାଳେ

ସନ୍ତାପିତ ହୋଇ

ମନ ମୋ ଥିଲା ବିରସ। 

କ୍ଳାନ୍ତି ଅବସାଦ

ଭଜିଲା ବିଲୟ

ଲଭି ତା ହସ ପରଶ। 


ଜଗତକରତା!

ତୁମ ସୃଷ୍ଟି ସତେ

ଲାଗଇ କେତେ ମଧୁର ! 

ଦୁଃଖ ଭୁଲିବାକୁ

ସଜାଇ ରଖିଛ

ଏତେ ଖୁସିର ସମ୍ଭାର !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy