STORYMIRROR

sasmita tripathy

Romance Classics Fantasy

4  

sasmita tripathy

Romance Classics Fantasy

ଫେରନ୍ତା ଫଗୁଣ

ଫେରନ୍ତା ଫଗୁଣ

1 min
371


ଫେରନ୍ତା ଫଗୁଣ ଆସିଅଛି ଫେରି 

ପ୍ରୀତି ର ପସରା ନେଇ

ଧରଣୀ ବୁକୁର କଣ୍ଟା ଗାଲିଚା କୁ 

ଗୋଲାପ ରେ ବଦଳାଇ ।


ପ୍ରେମ ସପ୍ତରଙ୍ଗେ ବାସେ ମହମହ

ପ୍ରଣୟ ର ଦସ୍ତାବିଜ

ମୃଦୁ ମଳୟ ର କୁଁଆରୀ ସ୍ପର୍ଶ ରେ 

ଉଡଇ ପ୍ରୀତି ର ଧ୍ଵଜ ।


ପଳାଶ ଫୁଲ ର ରକ୍ତିମ ଅଧର 

ମନ ରେ ରଚଇ ଭ୍ରମ

ଫୁଲ ରୁ ଫୁଲ କୁ ଉଡି ବୁଲି ବୁଲି 

ମଧୂପ କରଇ ପ୍ରେମ ।


ନବ କିଶଳୟ ଦିନରାତି ବୁଣେ

ଶୃଙ୍ଗାର ର ମାୟା ଜାଲ

ଆମ୍ର କୁଞ୍ଜ ମଧ୍ୟେ କୋକିଳ ର କୁହୁ 

ତୁଳନା ଅମୂଲ ମୂଲ ।


ସବୁଜ ରଙ୍ଗ ର ଓଢ଼ଣୀ କୁ ଟାଣି 

ଧରଣୀ ସାଜିଛି ବଧୂ 

ଫେରିଛି ଫଗୁଣ ମଧୁ ମାସ ନେଇ

ପରଶିବ ପ୍ରିତି ମଧୁ ।


ଶୀତ ତ ନେଲାଣି ଧରା ରୁ ମେଲାଣି

ଜରାଜୀର୍ଣ୍ଣ ତାର କାୟା

ପୁଷ୍ପ ସମ୍ଭାର ରେ ସଜାଇ ହେଉଛି 

ପ୍ରିୟତମ ପାଇଁ ପ୍ରିୟା ।


ଦେହ ରେ ମନ ରେ ପ୍ରେମ ର ଅବିର 

ମଳୟ ବହୁଛି ଧୀରେ

ଅନେକ ଦୂର ରୁ ମନ ମଣିଷ କୁ 

ମନ ର ମାନସୀ ଝୁରେ ।


ସପନ ରେ ଏବେ ଡେଣା ଲାଗି ଅଛି 

ଗୋପନ ରେ ନାଚେ ମନ 

ରାଇ ବାଇ ଏବେ ମିଳନ ତୃଷ୍ଣା ରେ 

ଫଗୁଣ ରେ ବଂଶୀ ସ୍ଵନ ।




Rate this content
Log in

Similar oriya poem from Romance