Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

kahnu charan sahu

Fantasy

4  

kahnu charan sahu

Fantasy

ଭାଇ ପରିକା କିଏ ହେବ

ଭାଇ ପରିକା କିଏ ହେବ

1 min
300



ପିତା ମାତା ଆମ ପ୍ରଥମ ଈଶ୍ୱର

ଭାଇ ଯେ ଦ୍ଵିତୀୟେ ଗଣା

ଭରଷା ବିଶ୍ୱାସ ଅସୀମ ସାହସ

ପାଇବନି ତା'ଠୁ ଉଣା ।


ସବୁ ସଫଳତା ପଛରେ ତା'ହାତ

ରହିଥାଏ ମନେହୁଏ

ଦରକାର ବେଳେ ଶତ ସିଂହ ବଳ 

ବିଶ୍ୱକୁ ଦେଖେଇ ଦିଏ ।


ଭାଇ ସାଥେ ଥିଲେ ସଭା ସମିତିରେ

ସର୍ବଦା ବିଜୟ ହୁଏ

ଭାଇଙ୍କ ଏକତା ଇତିହାସ ଗାଥା 

ମହାଭାରତ ଯେ କୁହେ ।


ଘରେ ହୁଏ ଖଟି ଭାଇ ସାଙ୍ଗେ ମିଶି

ଭଉଣୀ ସାଥିରେ କଳି

ଘମାଘୋଟ ଯୁଦ୍ଧ ହୁଏ ଘର ଭିତ୍ରେ

ପବିତ୍ର ସେ ଗଙ୍ଗା ଭଳି ।


ଶିକ୍ଷକ ପରି ସେ ଶିଖାଏ ଅନେକ

କେବେ ସେ ଯେ ପିତା ମାତା

ପରିବାର ପାଇଁ ବାଜି ସିଏ ଜିତେ

ସବୁଠି ଭିଡ଼ିସେ ଅଣ୍ଟା ।


ଘର ପାଇଁ ଯାହା ଲୋଡ଼ା ଥାଏ କିଛି 

ଟିକି ନିଖି ସିଏ ଆଣେ

ହସୁ ଥାଏ ଓଠ କହୁଥାଏ ଆଖି

କେତେ କଷ୍ଟ ସିଏ ଜାଣେ ।


ମାନବ ରୂପରେ ଈଶ୍ୱର ସେ ଅଟେ

ବୁଝିପାରେ ହୃଦ ବ୍ୟଥା

ମୋ ଭାଇ ପରିକା କିଏ ସେ ହୋଇବ

ଦୁନିଆ ତାଠାରେ ଫିଦା।




Rate this content
Log in

Similar oriya poem from Fantasy