STORYMIRROR

Akshayakumar Dash

Action Fantasy Children

4.3  

Akshayakumar Dash

Action Fantasy Children

ଡହରା

ଡହରା

1 min
307


ଖବର କାଗଜ ପଢିବାର ବେଳେ

ଧିରେ ଧିରେ ଆସି ଟୋକା

ଆଖିରୁ ଚଷମା ଝାଂପି ଲୁଚେଇଲା

ବନେଇଲା ମତେ ବୋକା।

ଚିଡିମିଡି ହୋଇ ଡାକିଲି ଝିଅକୁ

ଦେଖ ତୋ ପୁଅର ଗତି

କେମିତି ମୋସାଥେ ବାଦମାରି ବସେ

ଡହରା ଚଗଲା ମତି ।

ଗାଲରେ ଚାପୁଡ଼ା ବସେଇ ଦିଅନ୍ତି

ପ୍ରଚୋକ୍ ଛଡେଇ ନେଲା

ମାର ମାର ବୋଲି ଦେଖେଇ ଗାଲକୁ

ଆସି କହେ ଭଲ ହେଲା।

ତାର ମାଆ ଆସି ବୁଝେଇଲା ବସି

ଅଜା ପରା ତୋର ଗେହ୍ଲା

ଅକାରଣେ ତାଙ୍କୁ ଦଣ୍ଡ ଦେଉଅଛୁ

ମାଗେ ତାଙ୍କୁ ଭୂଲ ହେଲା।

କାହିଁକି କହିଲେ ଚାଲିଯିବେ ଏଠୁ

ଜାଣିନାହାନ୍ତି ମୋ କ୍ରୋଧ,

ଆସି ମତେ ନିଯେ ଭୂଲ ମାଗନ୍ତୁ

କରି ଦିଅନ୍ତୁସେ ବୋଧ ।

ଜୋତା ନାହିଁ ପୁଣି ବ୍ୟାଗ୍ ଖୋଜନ୍ତୁ

ମିଳିଲେ ଓଡ଼ିଶା ଯିବେ,

ନମିଳିଲେ ଏଠି ଆମ ଘରେ ରହି

ମୋବାଇଲ ଦେଖୁ ଥିବେ।

ମୁହିଁ ନିରୁତର ମାଆ ବୋକା ତାର

ଡାକିଲି ଡହରା ଶୁଣ

ତୁମ କାରନାମା ପାରିହେଵ ନାହିଁ

ହାରିଗଲି ଦେଖି ଗୁଣ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Akshayakumar Dash

Similar oriya poem from Action