Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Benudhar Surujal

Action

3  

Benudhar Surujal

Action

ଜାତିଭେଦ ପ୍ରକରଣ

ଜାତିଭେଦ ପ୍ରକରଣ

1 min
26


କାହିଁକି ହୋଇଲା ଜାତିଭେଦ ପ୍ରକରଣ      

ସନ୍ଦେହ ମୋଚନ କରିବେ ଆହେ ଗୁରୁଜନ ।  

ଯଦି ଧର୍ମେ ଚାରିବର୍ଣ୍ଣ ପଂଚମ ତ ନାହିଁ  

ତେବେ ହଜାର ହଜାର ଜାତି ଉତ୍ପନ୍ନ କିମ୍ପାଇଁ ?

ତହିଁରେ ରହିଛି ପୁଣି ସାନବଡ଼ ଜାତି  

ଶାସ୍ତ୍ରେ ନାହିଁ ତେବେ କିଆଁ ହୋଇଲା ଉତ୍ପତ୍ତି ।  


ମଣିଷ ମଣିଷ ମଧ୍ଯେ ଭେଦଭାବ କିଆଁ   

କିଏ ବା ପୁଜ୍ୟ କାହିଁକି କିଏ ବା ଅଛୁଆଁ ?

ସେବା ଯଦି ଶ୍ରେଷ୍ଠ ଧର୍ମ ଶୁଦ୍ର କିଆଁ ନୀଚ୍ଚ ?

କାହିଁକି ଧରମ ନାମେ ଚାଲେ ଖଚମିଛ ?

ଶୁଦ୍ର ହୋଇ ଯେ ସମାଜ ସେବା କରୁଥାଇ  

ତା ପେଟକୁ ଦାନା, ଦେହେ କନା ନ ମିଲଇ ।। 


ଉଚ୍ଚ-ନୀଚ୍ଚ ଜାତି ବନ୍ଧନେ

ସମାଜ କିଆଁ ଛନ୍ଦି ହୋଇଯାଇଛି ?      

ମନୁଷ୍ୟକୁ ମନୁଷ୍ୟ କାହିଁକି ବାରଣ   

ପ୍ରତାରଣା, ଘୃଣା,ନିର୍ଯାତନା ନିତି କରୁଛି ? 

ପ୍ରକୃତିର କୋଳେ ତା ଜୀବନେ କି କେବେ  

ପାଇବ ସେ ମଣିଷର ପରିଚୟ ?

ସମ୍ମାନର ସହ ବଂଚିବ ସମାଜେ   

ମାନବତାର ହେବ ଜୟ ।।   


Rate this content
Log in

Similar oriya poem from Action