ଜନ୍ମ ଭୂମି
ଜନ୍ମ ଭୂମି


ମହାନ ସେ ଜନ୍ମ ଭୂମି ଛୋଟ ମୋର ଗାଆଁ ,
ଇତିହାସେ ଲେଖା ଅଛି ଯାର ଟିକି ନାଆଁଁ ।
ପବିତ୍ର ଏ ପୂଣ୍ୟଭୂମି ବାଘପାଳି ଗ୍ରାମ,
ଭାତୃତ୍ବ ପ୍ରେମବନ୍ଧନ ଯହିଁ ବିଦ୍ଯମାନ ।
ଇତିହାସ କହେ ଯାର ଐତିହ୍ୟର କଥା ,
ସାଧୁସନ୍ଥ ଚନ୍ଦ୍ରମଣି ମଠସ୍ଥଳୀ ଯାହା ।
ବଜ୍ରବାହୁ କବଳରୁ ସୁରକ୍ଷାର ପାଇଁ,
ଜଗନ୍ନାଥ ପାତାଳୀ ହୋଇଥିଲେ ଯହିଁ ।
ମସ୍ତକେ ଶୋଭଇ ଯାର ତ୍ରିକୁଟ ପର୍ବତ ,
ପାତାଲି-ଶ୍ରୀକ୍ଷେତ୍ର ନାମେ ଅଟଇ ଖ୍ୟାତ ।
ଯା ବକ୍ଷେ ଝରଇ ସଦା ମଧୁ ଝରଝର ,
ସବୁଜବଣ କାନନ ଦିଶେ ମନୋହର ।
ଭୂଇଁ ଯା ବାସଇ ସଦା କର୍ପୁର ଚନ୍ଦନ ,
କୋଇଲିର କୁହୁ-ତାନ ଚିତ୍ତ-ବିନୋଦନ ।
ବକୁଳ ଅମାବାସ୍ୟା ଯେ ପୂଣ୍ୟ ତିଥି ଯାତ୍ରା ବିନାଶଇ ଭେଦଭାବ କରେ ସର୍ବେ ଏକା ।
ଜାତି, ଧର୍ମ ଭେଦଭାବ ଉର୍ଦ୍ଧରେକ ଯହିଁ
ପବିତ୍ର ଭୂମି ମୋ ଆଦର୍ଶ ଗ୍ରାମ ଅଟେ ସେହି ।