Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Benudhar Surujal

Inspirational

4.6  

Benudhar Surujal

Inspirational

ଜ୍ଞାନତୀର୍ଥ

ଜ୍ଞାନତୀର୍ଥ

1 min
11.6K


ତୀର୍ଥ ମଧ୍ଯେ ସାର ଅଟେ ଜ୍ଞାନତୀର୍ଥ,

ପାଠାଗାର ନାମରେ ପାଇଛି ଖ୍ଯାତି |

ସ୍ନାନ କରି ଯହିଁ ଅଧମ ଲଭଇ,

ଅଜ୍ଞାନତା ମହାପାପରୁ ମୁକ୍ତି || 


ମନୁଷ୍ୟ ଲଭଇ ଆଲୋକ ସନ୍ଧାନ,ଭାଷା, ସଂସ୍କୃତିକୁ ଯାହା କରେ ବହନ |

ପ୍ରକାଶଇ ପୁଣି ଜ୍ଯୋତିପ୍ରକାଶ ,ଧ୍ଯାନବଳେ ହୁଏ ଜ୍ଞାନ ନିର୍ମାଣ || 

ପୁସ୍ତକ ଅଟଇ ଉତ୍ତମ ବନ୍ଧୁ,ଜ୍ଞାନ ଯା କେବେ ବିନାଶ ନୋହି |

ତାର ସମ ଆଉ ବିମଳ ଆନନ୍ଦ,ଆଉକେ ନଥାଏ ଦେଇ || 

ଛୋଟ ଠାରୁ ବଡ଼ ସଭିଏଁ କରନ୍ତି,ଯା ସାଥିରେ ସାରା ବିଶ୍ବେ ଭ୍ରମଣ |

ସଭିଙ୍କୁ ହଜାଏ ଭାବନା ରାଜ୍ଯରେ, ହସିବା, କାନ୍ଦିବା ଶିଖାଏ ବହୁଜନ || 

ଦେଇପାରିବନି ମୋବାଇଲ, ଇଣ୍ଟରନେଟ,ପୁସ୍ତକର ସେଇ ଭାବ ଅମୃତାଞ୍ଜନ |

ନିତି ଯା ବଢାଏ ଧ୍ୟାନ-ଏକାଗ୍ରତା,ସୁସ୍ଥ ରଖେ ସଦା ଶରୀର-ମନ || 

ଭାଷା-ସଂସ୍କୃତିର ଉତ୍ଥାପନ ପାଇଁ,ଲୋଡ଼ା ପାଠକୀୟ ଆନ୍ଦୋଳନ |

ନିର୍ମାଣ କରିବା ପ୍ରତି ଗ୍ରାମେ ପାଠାଗାର,ଜ୍ଞାନାଲୋକ ହେବ ବିଶ୍ବଭୁବନ || 



Rate this content
Log in

Similar oriya poem from Inspirational