ମୋ ସ୍ବପ୍ନର ଜିଲ୍ଲା
ମୋ ସ୍ବପ୍ନର ଜିଲ୍ଲା


ଆସ ଭାଇ ଆସ ଏକାଠି ହେବା
ଆଦର୍ଶ ଜିଲ୍ଲା ଗଢ଼ି ତୋଳିବା ।
ଦେଶ ମଧ୍ଯେ ହେବ ପ୍ରଥମ ସ୍ଥାନ
ସମୃଦ୍ଧି,କଳା, ସଂସ୍କୃତି ସମ୍ପନ୍ନ ।
ବିଜ୍ଞାନ ପ୍ରଯୁକ୍ତିବିଦ୍ୟା ସାଧନ
ବିଶ୍ବବିଦ୍ୟାଳୟ ହେବ ସ୍ଥାପନ ।
କଳକାରଖାନା ହେବ ସ୍ଥାପିତ
ରୋଜଗାର କ୍ଷମ ହେବେ ସମସ୍ତ ।
ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ପଶୁପାଳନ
ସବୁ କ୍ଷେତ୍ରେ ଜିଳ୍ଲା ଥିବ ଅଗ୍ରଣୀ ।
ସ୍ବର୍ଣ୍ଣପ୍ରସୂ ଭୂମି ସ୍ବର୍ଣ୍ଣୀମ ହେବ
ସୁନାର ଫସଳ ନିଶ୍ଚେ ଖେଳିବ ।।
ରତ୍ନଗର୍ଭୁ ଝରି ସୁଗନ୍ଧୀତ ଜଳ
ନିରୋଗ ରହିବ ଜିଲ୍ଲା ଆମର ।
ସୁସ୍ଥ ପରିମଳ ଜିଲ୍ଲା କରି ଗଠନ
ଭାତୃତ୍ବ ବନ୍ଧନ କରିବା ସ୍ଥାପନ ।।
ସାଧୁସନ୍ଥ, ବୀର ଭୂମି ଅଟଇ
ପ୍ରତିଭାରେ ପୂର୍ଣ୍ଣ ଜିଲ୍ଲା ଟି ସେହି ।
ସଂସ୍କୃତି, ଐତିହ୍ୟ, ଭାଷା ସାହିତ୍ୟ
ଯା ମଠା, ପାଟ ସାଢୀ ଜଗତେ ଖ୍ୟାତ ।
ମନ୍ଦିର ମାଳିନୀ ଜିଲ୍ଲା ଆମର
ପର୍ଯ୍ୟଟନସ୍ଥଳୀରେ ଭରପୂର ।
ଗୌରବଗାଥା ଯା ମହିମା ମଣ୍ଡିତ
ପ୍ରକୁତି ସୁଷମା ମନମୋହିତ ।।
ଯା କଳା,ସଂସ୍କୃତି, ଐତିହ୍ୟ ଗାଥା
ବିଶ୍ବ ଦରବାରେ ହୋଇବ ଚର୍ଚ୍ଚା ।
ସ୍ବର୍ଣ୍ଣଭୂମି ଆମ ସୁବର୍ଣ୍ଣପୁର
ନୂଆ ଇତିହାସ ଲେଖା ହେବ ଯାହାର ।
ଜିଲ୍ଲାର ଗୌରବ ଆମରି ହାତେ
ଏକତ୍ରିତ ହୋଇ ଗଢିବା ନିଶ୍ଚେ ।
ସୁଖସମୃଦ୍ଧିରେ ହେବ ଭରପୁର
ସ୍ବପ୍ନର ଜିଲ୍ଲା ମୋ ସୁବର୍ଣ୍ଣପୁର ।।