STORYMIRROR

Benudhar Surujal

Abstract

3  

Benudhar Surujal

Abstract

ମଧୁ ଆସ୍ବାଦନ

ମଧୁ ଆସ୍ବାଦନ

1 min
11.5K

ମନ-ପ୍ରଜାପତି ଉଡ଼ିବୁଲେ ଆଜି,

ତୋ ପ୍ରିତି ଫୁଲ ଉପବନେ

କୋମଳ ପାଖୁଡା ରସ ଆସ୍ବାଦନ

ଅଭିପ୍ସା ଜାଗଇ ମନେ


କୋମଳ କଥା ତୋ ମନ ନିଏ କିଣି,

ଓଠର ମଧୁର ବାଣୀ

ହୃଦୟରେ ପୁଣି ରକ୍କା ପଶିଯାଏ,

ଦେଖି ତୋ ବାଂକ ଚାହାଣି


ଫୁଲର ମହକେ ବାୟାହୋଈ ଯେଣ,

ଧାଇଁ ଆସେ ପ୍ରେମୀ ଭଅଁର

ତୁମରି ପ୍ରେମର ମଧୁ ଆସ୍ବାଦନ,

ଆହାକି ଅମୃତ ନୀର


ତୋ ଗଭା ଗଜରା ହେବାକୁ ଗୋ ପ୍ରିୟା,

ସ୍ତୁତି କରୁଥାଏ ରଜନୀଗନ୍ଧା

ଲମ୍ବା ବେଣୀରେ ତୋ ଖଂଜୀ ହେବାପାଇଁ,

ମଲ୍ଲି ଓ ସେବତୀ କରନ୍ତି ଫନ୍ଦା


ତୋ ପାଦ ପାଉଁଜୀ ଶବ୍ଦ ଶୁଣିବାକୁ,

କୋଇଲି ସତେ କି ହୁଏ ପାଗଳ

କୁହୁକୁହୁ ତାନେ ଗୀତ ଗାଇ ସିଏ

ରୁଣୁଝୁଣୁ ପରି କରେ ଚହଳ


ଟିପିଟିପି ବର୍ଷା ତୁମ ଦେହ ଛୁଏ,

କୋମଳ ସ୍ପର୍ଶରେ ତା ମନକୁ ମୋହେ

ତୁମରି ସାନିଧ୍ୟ ପାଇ ଖୁସିମନେ,

କୁଳୁକୁଳୁ ନାଦେ ଗୀତ ସେ ଗାଏ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract