Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Benudhar Surujal

Romance

4.8  

Benudhar Surujal

Romance

ମନ ସିନ୍ଧୁକ

ମନ ସିନ୍ଧୁକ

1 min
11.8K


ତୁମେ ଯେବେ ଆସ ପାହାନ୍ତି ସପନେ,ଆଶାର ଆଲୋକ ନେଇ,

ମୃତ ଦେହେ ପ୍ରାଣ ଫେରି ଆସେ ପୁଣି,ସତ ସିଂହର ବଳ ନେଇ |


ତୁମେ ମୋ ସପନ ହୃଦସ୍ପନ୍ଦନ,ତୁମେ ହିଁ ତ ମୋର ଠିକଣା,

ତୁମ ବାଟ ଚାହିଁ ଜଗି ବସିଅଛି,ଦେବାକୁ ତୋ ପ୍ରେମ ପାଉଣା | 


ପାହାନ୍ତି ସପନ ସତହୁଏ ବୋଲି,କହନ୍ତି ସାରା ଜଗତ,

ସପନକୁ ମୋର ଅଧାକରି ସାଥୀ,ଛାଡିଯାଅ କିଆଁ ବାଟ | 


ସତରେ ନହେଲେ ନାହିଁ ପ୍ରିୟତମା,ସପନରେ ଆଉଥରେ ଆସ,

ମନ ସିନ୍ଧୁକରେ ଛନ୍ଦି ପକାଇବି,ଦେଇ ପ୍ରେମ ବନ୍ଧନର ଫାସ | 


ପ୍ରେମ ଚିରନ୍ତନ, ପ୍ରେମ ହିଁ ଜୀବନ,ପ୍ରେମ ଯେ ଅଭୂଲା ସ୍ମୃତି,

ପ୍ରେମ ବିନା ସାଥୀ ମରୁଭୂମି ସମ,ଜୀବନର ଅଧୋଗତି ||


Rate this content
Log in

Similar oriya poem from Romance