STORYMIRROR

Benudhar Surujal

Abstract

3  

Benudhar Surujal

Abstract

ପ୍ରେମ-ଅବିର

ପ୍ରେମ-ଅବିର

1 min
11.7K

ଆସ ପ୍ରିୟା ଆଜି ବୋଳିହେବା ଦେହେ,

ପ୍ରେମ-ପ୍ରଣୟର ନିଆରା ସପ୍ତରଂଗେ

ନାଚିବା,ଗାଇବା ହର୍ଷ-ଉଳ୍ଳାସେ,

ପ୍ରୀତି ସଂଚରିବା ନାନା ଢ଼ଂଗେ


ପ୍ରେମ ପକ୍ଷୀ ସାଜି ବୋଳିଦିବି ଦେହେ

ରସଭରା ସ୍ନେହ-ପ୍ରୀତି ଅବିର

ସପ୍ତରଂଗରେ ରଂଗାୟିତ କରିଦେବି,

ତୋ କୁଆଁରୀ ତନୁ-ମନ,ଶରୀର


ପ୍ରିୟତମା ତୁମ ପ୍ରଥମ ପ୍ରେମସ୍ପର୍ଶ

ହେବ ଆହାଃ ! କି ସୁନ୍ଦର ସୁଶୀତଳ

ତୁମ ସ୍ପର୍ଶେ ହେବ ସ୍ନାୟବିକ ଉତ୍ତେଜନା,

ଶୀର୍ଣ୍ଣ ନଦୀ ବହିଯିବ ଛୁଇଁ ଦେଇ ଦୁଇ କୂଳ


ମୋ ହାତ ପାପୁଲିରେ ତୁମ କୁଆଁରୀ ଲଜ୍ଜାକୁ,

ଛଡ଼ାଫୁଲ ଭଳି ବିସର୍ଜନ ଦେଇଦେବ

ମଧୁର ପରଶେ ମୋ ରକ୍ତ ପ୍ରବାହେ,

ଏକ ତୁମୁଳ ଆଲୋଡ଼ନ ସୃଷ୍ଟି ହୋଇବ


ଅନାସ୍ପାଦିତ ସୁଖର ମଧୁର ଉତ୍ପୀଡ଼ନେ ,

ଭିଜିବ ତକିଆ ତୁମ ଆଖିର ଖୁସିର ଲୁହେ

ଯୁବତୀ ହୋଇବ ଅନଭିଜ୍ଞା କିଶୋରୀ ଦେହ,

ଆସି ଦୂରନ୍ତ ଝଡ଼ର ଏକ ନିବିଡ଼ ସାନିଦ୍ଧ୍ୟେ  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract