ସ୍ବର୍ଣ୍ଣପ୍ରସୂ ଉତ୍କଳଭୂମି
ସ୍ବର୍ଣ୍ଣପ୍ରସୂ ଉତ୍କଳଭୂମି
ନିଆରା ଅଟେ ମୋ ଉତ୍କଳ ସଂସ୍କୃତି
ତା' ସ୍ଥାପତ୍ୟ, ଭାସ୍କର୍ଯ୍ୟ, କଳାଚାତୁରୀ ,
ଦୃଷ୍ଟାନ୍ତ ରହିଛି ତା' ଭାଷା ଉତ୍କର୍ଷତା ବିଶ୍ବଦରବାରେ
ନାମ ଯାହାରି ।
ସେ ମାଟିର ନୃପଗଣ ବାହୁବଳ ଖଟାଇଣସମୃଦ୍ଧ କରିଗଲେ କଲିଂଗ ଦେଶ ।ଆକାଶଛୁଆଁ ମନ୍ଦିର ଅଂଗପୂର୍ଣ୍ଣ ଭାସ୍କର୍ଯ୍ୟରପୃଥିବୀ ବକ୍ଷରେ ଯାର ସ୍ଥାନ ବିଶେଷ ,
ସବୁଜିମା ଅଭୟାରଣ୍ୟେ ପରିପୂର୍ଣ୍ଣମନଲୋଭା ଅଟଇ ଯା ରୂପଲାବଣ୍ୟ ।
ଝରଇ ଚିରସ୍ରୋତାସ୍ବିନୀ ନଦୀ ଝରଣା କରି କଳକଲ୍ଳୋଳ ନାଦ ମଧୁ-ମୂର୍ଛନା ,
ସେ ମହାନ ଭୂମି ପାଦ ଦେଇ ଯହିଁ ଚଣ୍ଡାଶୋକ ବି ହୁଅଇ ଧରମାଶୋକ ,
ବିଶ୍ବ ଗାଏ ତା'ର ଗୁଣଗାରିମା , ଅହିଂସା, ଶାନ୍ତି, ମୈତ୍ରୀର ଯେ ବାର୍ତ୍ତାବାହକ ।
ଜନ୍ମ ନେଇ ସେ ମାଟିରେ ବାଜିରାଉତ। ସୁବାଷ, ବିର୍ଶା,ସୁରେନ୍ଦ୍ର ଆଦି ବୀର 
; ଜନ୍ମଭୂମିର ମୁକ୍ତି ସଂଗ୍ରାମରେ ପ୍ରାଣଦେଇ ରହିଗଲେ ଚିର ଅମର ,
ଉପେନ୍ଦ୍ର ଭଞ୍ଜ, ରାଧାନାଥ, ଗଂଗାଧର, ମଧୁ,ପଂଚସଖା, ସନ୍ଥକବି ଓ ଫକୀର ରୁଦ୍ଧିମନ୍ତ କରି ଓଡ଼ିଆ ଭାଷାକୁ ସାହିତ୍ୟ ଆକାଶେ ଦେଖ ସଦା ଅମର ।
ଲୋକପ୍ରିୟ ବାଦ୍ୟ ଖଞ୍ଜଣୀ, ମୃଦଂଗ, ଢୋଲ, ନିଶାନ, ଶଂଖ,ଘଣ୍ଟ, ମହୁରୀ ।ଶ୍ରୀମଣ୍ଡନ କରେ ସାରା ଜଗତରେ ଆଦିବାସୀ ନୃତ୍ୟ, ଓଡିଶୀ, ସମ୍ବଲପୁରୀ ,
ଖୀରି-ପୁରୀ,ମଣ୍ଡା,ଆରିସା କାକରାକରୁଥାଏ ସଦା ମନକୁ ଶାନ୍ତି ।
ଖାଇବା ଲୋକର ଅପୂର୍ବ ଆନନ୍ଦ ମନେ ଭରୁଥାଏ
ଅଶେଷ ତୃପ୍ତି ,
ଆସ ମିଳିମିଶି ଏକ ପ୍ରାଣ ହୋଇଆମ କଳା,ସ୍ଥାପତ୍ୟକୁ ଜାଜ୍ଜୁଲ୍ଯମାନ କରିବା ,
ଭାଷା ସଂସ୍କୃତି ପ୍ରତି ଜନମାନସେ ପହଂଚାଇ, ଇନ୍ଦ୍ରଧନୁ ସପ୍ତରଂଗେ ରଂଗାୟିତ କରିବା ।