STORYMIRROR

Benudhar Surujal

Romance

3  

Benudhar Surujal

Romance

ଅଲିଭା ସ୍ମୃତି

ଅଲିଭା ସ୍ମୃତି

1 min
12.3K

ଦୁଃଖ ଯନ୍ତ୍ରଣାରେ ଭରା ଏ ହୃଦୟ,

ତୁମେ କି ବୁଝି ପାରନା ?

ନିରୋଳାରେ ବସି କାନ୍ଦେ ଏ ହୃଦୟ,

ସାଥୀ ତୁମ ପ୍ରେମ ବିନା |


ତୁମେ ଧାଉଁ ଥାଅ ଛଳଛଳ ସୁରେ,

ଭାବ ଉଛ୍ବାସର ପଥେ,

ନଦୀ ହୋଇ ତୁମେ କେମିତି ଜାଣିବ,

ସାଗର ଗଭୀର କେତେ |


ଜୀବନରେ ଆସେ କେତେ ଅନୁଭୂତି,

ଲେଖିଯାଏ ହୃଦଭାଗରେ,

ଶାରୀ ସିନା ବୁଝେ ଶୁଆର ବେଦନା,

ବୁଝିବ କେ ଆଉ ସତରେ |


ତେର ଡିସିମିଳ ଅଲିଭା ସ୍ମୃତିକୁ,

ଭୂଲି ମୁଁ ପାରିବି ନାହିଁ,

ପ୍ରେମ ପ୍ରଣୟର ଅମୃତ ଭାବନା,

ଲୁଚିକି ରହିଛି ଯହିଁ |


ପ୍ରେମ ବଗିଚାରେ ଫୁଲ ଟିଏ ସାଜି,

ଆସିଲ ଜୀବନେ ମୋର,

ମାଲି ଟିଏ ହୋଇ ସାଇତି ରଖିବି,

ଆମ ପ୍ରେମ ସନ୍ତକ ଅମର |


Rate this content
Log in

Similar oriya poem from Romance