ପବିତ୍ର ବନ୍ଧନ
ପବିତ୍ର ବନ୍ଧନ


ମୁଁ ତୁମ ଭ୍ରାତା ତୁମେ ମୋ ଭଗିନୀ,
ବନ୍ଧନ ଅଟେ ପବିତ୍ର |
ଆମ ଏ ସମ୍ପର୍କ ଚିରନ୍ତନ ବୋଲି
ଜାଣୁ ଏ ସାରା ଜଗତ ||
ହୃଦସ୍ପନ୍ଦନ ଥିବ ଯେତେ ଦିନ
ଚାଲୁଥିବି ଆଗେ ତୁମରି |
ତବ ଚଳାପଥେ ଘାତ ପ୍ରତିଘାତ
କଣ୍ଟକ ବିହୀନ କରି ||
ଭାଇ-ଭଉଣୀର ପବିତ୍ର ବନ୍ଧନ
ଅଟଇ ରକ୍ଷା କବଚ |
ଜନ୍ମ-ମରଣର ଅତୁଟ ସମ୍ପର୍କ
ହୀରାକୁ ଯେପରି କାଚ ||
ତୋ ସ୍ନେହ ପରଶେ ମରୁଜୀବନେ ମୋ
ଫୁଟିଛି ମମତା ଫୁଲ |
ସତେଜ ସୁନ୍ଦର ଆଜି ମୋ ଜୀବନପାଇ
ତୋର ମନୋବଳ ||
ସାଥୀ ହୋଇ ଭଗ୍ନୀ ଜୀବନର ପଥେ
ଚାଲୁଥିବା ନିଶ୍ଚିନ୍ତରେ |
ଭୟ କରିବାନି ବାଧାବିଘ୍ନ ଯେତେଆସୁ
ଏଇ ଜୀବନରେ ||
ଭାଇ-ଭଉଣୀର ମଧୁର ସମ୍ପର୍କ
ଗଢି ଉଠିଅଛି ଆଜି |
କରୁଛି ଶପଥ ରଖିବି ମହତ
ଦେଇ ଜୀବନକୁ ବାକି ||