ତିନି ବେଇମାନ
ତିନି ବେଇମାନ


ଜାଗରେ ଜାଗରେ ଭାରତ ବାସୀ
ଜାଗି ଉଠରେ ଆଜି
ସୀମାନ୍ତରେ ଶତ୍ରୁ ସହଳ ଉଠରେ
ଅଳସ ତନ୍ଦ୍ରା ତେଜି ।
ଦେଖୁଛ କେମିତି ଭଗାରୀ ସାଜିଛି
ନିଜ ଭିନ୍ନେହେଲା ଭାଇ
ଆତଙ୍କୀ ପଠାଇ ଅସ୍ଥିରତା ଆଣେ
କାଶ୍ମୀର କୁ ନେବାପାଇଁ ।
ଚାଇନା ବି ଏଠି ବେଇମାନି କଲା
ଲଦାଖ ପାଇବ ବୋଲି
ବୀର ଯବାନଙ୍କ ପ୍ରାଣ ନାଶ କଲା
ସମସ୍ତ ପ୍ରତିଜ୍ଞା ଭୁଲି ।
ନେପାଳ ଏଣିକି ଦେଖାଉଛି ଆଖି
ତାଙ୍କସହ ହୋଇ ମେଳି
ଆଜିନାହିଁ କାଲି ଏଇ ଚୀନ ତାକୁ
ପାଦତଳେ ଦେବ ଦଳି ।
ବଡ଼ ବେଇମାନ ଏଇ ପାକିସ୍ତାନ
କହୁଛି ନେବି କାଶ୍ମୀର
କାଶ୍ମୀର ନୁହଁରେ ଦରକାର ହେଲେ
ଛାତି ଦେବୁ ତୋର ଚିରି ।
ଲଦାଖ ର ସ୍ୱପ୍ନ ପୋଛିଦେ ମନରୁ
ଆରେ ଚାଇନା ବାଚାଳ
ଆଜିନାହିଁ କାଲି ହିସାବ ହୋଇବ
ପୂରିଲାଣି ତୋର କାଳ ।
ବାଚାଳ କଥାରେ ପାଗଳ ନେପାଳ
ଛାଡୁଅଛୁ ଏବେ ରଡି
ଖାଇବାକୁ ଗଣ୍ଡେ ମିଳିବ ନାହିଁରେ
ପିଣ୍ଡୁ ପ୍ରାଣ ଯିବ ଛାଡି ।