ଫର ଫର ଉଡେ ତ୍ରୀରଙ୍ଗା
ଫର ଫର ଉଡେ ତ୍ରୀରଙ୍ଗା
ଫର ଫର ହୋଇ ଉଡେ ଆମରି ତ୍ରୀରଙ୍ଗା
ସହୀଦଙ୍କୁ ପ୍ରଣତି ବାଢି ମନ ହୁଏ ଗଙ୍ଗା
ବିଶ୍ବ ବିଜୟୀ ଆମରି ଦେଶର ତ୍ରୀରଙ୍ଗା
ଭାରତ ମାତାର ଏକତାର ଆହା ରାହା
ତିନୋଟି ରଙ୍ଗରେ ରଙ୍ଗେଇ ହୋଇଛି ସଜା
ନାରଙ୍ଗୀ ଧବଳ ସବୁଜ ରଙ୍ଗେ ସେ ଶୋଭା
ସତ୍ୟ ଶାନ୍ତି ମୈତ୍ରିର ଦେଉଥାଏ ବାରତା
ଆମେ ଭାରତୀୟ ମହାନ ଆମ ସଭ୍ଯତା
ଆମ ତ୍ରୀରଙ୍ଗା ପ୍ରସ୍ତୁତ କଲେ ପି ଭେଙ୍କୟା
ଅନେକ ବାର ରୂପ ନେଇ ହୋଇଛି ଠିଆ
ବଦଳିଛି ରୂପ ବଦଳିନି ମୌଳିକତା
କେତେ ଘାତପ୍ରତିଘାତ ସହି ଆଜି ଉଭା
ଉପରେ ରଙ୍ଗ ନାରଙ୍ଗୀ ସେ' ଆମ ତ୍ରିରଙ୍ଗା
ମଝିରେ ଧଳା, ନୀଚେ ସବୁଜ ରଙ୍ଗ ଆଭା
କେଶରୀ ରଙ୍ଗ ବୀରତ୍ବର ଅଟେ ପ୍ରତୀକ
ସହୀଦ ହୋଇ ସୈନିକ ରଖିଛନ୍ତି ଟେକ
ସତ୍ଯ ଶାନ୍ତିର ପ୍ରତୀକ ତା' ଧବଳ ରଙ୍ଗ
ଚିର ଭାତୃତ୍ବର ପ୍ରତୀକ ସବୁଜ ରଙ୍ଗ
ମଝି ଧଳାଭାଗେ ଶୋଭିତ ଅଶୋକଚକ୍ର
ପ୍ରଗତି ପଥର ମହାନ ମାର୍ଗ ଦର୍ଶକ
ଆହା କି ସୁନ୍ଦର ଆମ ରାଷ୍ଟ୍ରୀୟ ତ୍ରୀରଙ୍ଗା
ଦେଖ ଫର ଫର ହୋଇ ଉଡୁଅଛି ସଦା
ତ୍ରୀରଙ୍ଗା ଭାରତର ଐତିହ୍ଯ ଓ ସୌହାର୍ଦ୍ଧ୍ୟ
ଆସ ତାକୁ ଛୁଇଁ ରଖିବା ଜାତିର ଟେକ ।।
