STORYMIRROR

Prahallad Sahoo

Classics Fantasy Inspirational

4  

Prahallad Sahoo

Classics Fantasy Inspirational

ଫର ଫର ଉଡେ ତ୍ରୀରଙ୍ଗା

ଫର ଫର ଉଡେ ତ୍ରୀରଙ୍ଗା

1 min
329

ଫର ଫର ହୋଇ ଉଡେ ଆମରି ତ୍ରୀରଙ୍ଗା 

ସହୀଦଙ୍କୁ ପ୍ରଣତି ବାଢି ମନ ହୁଏ ଗଙ୍ଗା 


ବିଶ୍ବ ବିଜୟୀ ଆମରି ଦେଶର ତ୍ରୀରଙ୍ଗା

ଭାରତ ମାତାର ଏକତାର ଆହା ରାହା 


ତିନୋଟି ରଙ୍ଗରେ ରଙ୍ଗେଇ ହୋଇଛି ସଜା 

ନାରଙ୍ଗୀ ଧବଳ ସବୁଜ ରଙ୍ଗେ ସେ ଶୋଭା 


ସତ୍ୟ ଶାନ୍ତି ମୈତ୍ରିର ଦେଉଥାଏ ବାରତା

ଆମେ ଭାରତୀୟ ମହାନ ଆମ ସଭ୍ଯତା


ଆମ ତ୍ରୀରଙ୍ଗା ପ୍ରସ୍ତୁତ କଲେ ପି ଭେଙ୍କୟା

ଅନେକ ବାର ରୂପ ନେଇ ହୋଇଛି ଠିଆ 


ବଦଳିଛି ରୂପ ବଦଳିନି ମୌଳିକତା

କେତେ ଘାତପ୍ରତିଘାତ ସହି ଆଜି ଉଭା


ଉପରେ ରଙ୍ଗ ନାରଙ୍ଗୀ ସେ' ଆମ ତ୍ରିରଙ୍ଗା 

ମଝିରେ ଧଳା, ନୀଚେ ସବୁଜ ରଙ୍ଗ ଆଭା 


କେଶରୀ ରଙ୍ଗ ବୀରତ୍ବର ଅଟେ ପ୍ରତୀକ 

ସହୀଦ ହୋଇ ସୈନିକ ରଖିଛନ୍ତି ଟେକ 


ସତ୍ଯ ଶାନ୍ତିର ପ୍ରତୀକ ତା' ଧବଳ ରଙ୍ଗ 

ଚିର ଭାତୃତ୍ବର ପ୍ରତୀକ  ସବୁଜ ରଙ୍ଗ 


ମଝି ଧଳାଭାଗେ ଶୋଭିତ ଅଶୋକଚକ୍ର

ପ୍ରଗତି ପଥର ମହାନ ମାର୍ଗ ଦର୍ଶକ 


ଆହା କି ସୁନ୍ଦର ଆମ ରାଷ୍ଟ୍ରୀୟ ତ୍ରୀରଙ୍ଗା 

ଦେଖ ଫର ଫର ହୋଇ ଉଡୁଅଛି ସଦା 


ତ୍ରୀରଙ୍ଗା ଭାରତର ଐତିହ୍ଯ ଓ ସୌହାର୍ଦ୍ଧ୍ୟ

ଆସ ତାକୁ ଛୁଇଁ ରଖିବା ଜାତିର ଟେକ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics