STORYMIRROR

Naliniprava Subudhi

Fantasy

4  

Naliniprava Subudhi

Fantasy

ରାକ୍ଷୀ

ରାକ୍ଷୀ

1 min
329

ବସିଛନ୍ତି ଦେଉଳ ରେ ଭଉଣୀ ସହିତ। 

ବଳିଆ ଭାଇ ସାଙ୍ଗରେ ପ୍ରଭୂ ଜଗନ୍ନାଥ। 

କେତେ କାଳ ହେଲା

ଅତୁଟ ସମ୍ପର୍କ, 

ସ୍ନେହର ବନ୍ଧନ,ଜାଣିରଖିଥା। 

ଗୋଟେ କଥା କହିବି,ଲୋ ସାରୀ

ତୁ, କାନ ଡେରିଥା, 

ମୋ ରାଣ, ଶୋଇପଡିବୁନି ଖାଲି

ହୁଁ -ଉଁ -ମାରୁଥା।


ଯୁଗେ ଯୁଗେ ଏଇକଥା ଦେଇଛନ୍ତି ଶିକ୍ଷା। 

ବିପଦରେ ଭଉଣୀ କୁ କରିବେ,ଲୋ ରକ୍ଷା।

ସ୍ନେହ, ମମତାର 

ଅମୂଲ୍ଯ ଡୋରୀଟେ, 

ଭାଇ, ଭଉଣୀ ର, ବିଶ୍ବାସ କଥା

ଗୋଟେ କଥା କହିବି,ଲୋ ସାରୀ

ତୁ,କାନ ଡେରିଥା, 

ମୋ ରାଣ, ଶୋଇ ପଡିବୁନି ଖାଲି,

ହୁଁ-ଉଁ-ମାରୁଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy