STORYMIRROR

Keshab Chandra Dash

Classics Fantasy Others

4  

Keshab Chandra Dash

Classics Fantasy Others

ଶକ୍ତିମୟୀ ଘଣ୍ଟେଶ୍ଵରି

ଶକ୍ତିମୟୀ ଘଣ୍ଟେଶ୍ଵରି

1 min
393

ସଙ୍କଟ ତାରିଣୀ ,ଅଭୟ ଦାୟିନୀ

   ଜୟ ମାଗୋ ଘଣ୍ଟେଶ୍ୱରୀ

ଆଦ୍ୟାଶକ୍ତି ପରଂବ୍ରହ୍ମ ନାରାୟଣୀ

   ଜୟ ମାଁ ଜଗତ ଜନନୀ।


ମହାନଦୀ କୂଳେ ଲମ୍ବେଇ ଡୁଙ୍ଗୁରିର ତଳେ

    କରିଅଛୁ ମାଗୋ ଘର

କେତେ ଦୀନହୀନଙ୍କୁ ଆଶ୍ରୟ ଦେଇଛୁ

    ନ କରି ତୁହି ମାଁ ପର।


ଜନଶ୍ରୁତି କହେ ଶିଳା ରୁପେ ପାଇଥିଲା ହରିଝରା 

       ଛାଣି ମହାନଦୀ ବାଲି

ତୋର ଦୟାବଳେ ଛୋଟନାଗପୁର ରାଜା ହେଲା

       କରି ତତେ ଜପାମାଳି ।


ଘଣ୍ଟି ଉପରେ ତୋର ଭାରି ତ ସରଧା 

      ନାମ ବହିଲୁ ତୁ ଘଣ୍ଟେଶ୍ଵରୀ

ଚନ୍ଦ୍ରଘଣ୍ଟା ରୁପେ ପାଉଅଛୁ ପୂଜା

      ଭକ୍ତଜନ ଦୁଃଖ ହରି ।


ଭକ୍ତ ଯେବେ ତତେ ଯାଚିଦିଏ ଘଣ୍ଟି

      ମାନସିକ ତତେ କରି

ଖୁସିମନେ ତାହା ପୂରଣ କରୁ ତୁ

      ସବୁ ଦୁଃଖ, କଷ୍ଟ ହରି ।


ବିପଦେ ଆପଦେ ଭକ୍ତ ଯେବେ ଡାକେ

     ଆକୁଳରେ ଦେଇ ମନ ପ୍ରାଣ

ସଙ୍କଟ ତାରିଣୀ ତୁହି ମାଁ ଜନନୀ

    ଦେଉ ଅଭୟ ପ୍ରଦାନ।


ଚୈତ୍ର ପୂର୍ଣ୍ଣିମା ଯେ ତୋର ଅଟେ ବଡ଼ ପର୍ବ

       ନବରାତ୍ର ନୂଆଁଖାଇ

ଘଣ୍ଟ ଘଣ୍ଟି ତାଳେ ନିଶାଣ ବାଦ୍ୟରେ

      ପୂଜା ପାଉ ମହାମାୟୀ।


ଅଢେଇ ଦିନିଆଁ ମନୁଷ୍ୟ ଜୀବନ

     ଦିନେ ନିଶ୍ଚେ ଯିବ ଚାଲି

ନାମ ତୋର ସାର ବାକି ସବୁ ମିଥ୍ୟା

     ତୋ ପାଦେ ଶରଣ ଗଲି।


ଯେତେ ଦିନଥିବି ଏ ଭବ ସଂସାରେ

     ଗାଉଥିବି ତୋର ନାମ

ତୋର ଘଣ୍ଟିର ଉହାଡେ ଚାଲୁ ଏ ଜୀବନ ରଥ

    ସାର୍ଥକ ହେଉ ଜୀବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics