ବାପା
ବାପା
ସକାଳ ପ୍ରହରୁ ସେଜରୁ ଉଠନ୍ତି
ଜୁଆଳି ଲଙ୍ଗଳ ବଳଦେ ଯୋଛନ୍ତି l
କରିଥାନ୍ତି ସେତ କେତେ ଯେ କଷଣ
ମିଳେ ନାହିଁ କେବେ ତାଙ୍କର ଦର୍ଶନ l
ନିର୍ଭୟ ଦେଇକି ସାହସ ଭରନ୍ତି
ମାଡ଼ ମାରି କେବେ ଆକଟ କରନ୍ତି l
ଆଙ୍ଗୁଠି ଧରିକି ଚଲାନ୍ତି ସେ ବାଟ
ଅବାଟରେ ଗଲେ ଖାଇଅଛୁ ଛାଟ l
ଘୋଡା ହେବା ପାଇଁ ଅଝଟ କରିଛୁ
ପିଠିରେ ବସି କି ମଜାରେ ନାଚିଛୁ l
ଆଖିରେ ଆସିଛି ଯେବେ ଆମ ଲୁହ
ବାପ ଧନ ଡାକେ ଦୂର ହୁଏ କୋହ l
ଅଭାବ ଦେଖିଲେ ଘରେ ଆମ ଦାନା
ବାହାରେ ଖଟନ୍ତି ଶ୍ରମିକ ଦାଦନା l
ଭଙ୍ଗା ସାଇକେଲ ଧରନ୍ତି ହାତରେ
ଜିନିଷ ବିକନ୍ତି କେବେତ ହାଟରେ l
ଦୁଃଖ କଷ୍ଟେ ସହି ଭରନ୍ତି ଉଦର
କରନ୍ତି ନି ଆମେ କେବେ ଅନାଦର l
ସେପରି ଦେବତା ସଂସାରେ ବିରଳ
କେହି ହେବେନାହିଁ ତାଙ୍କ ଅବିକଳ l
କରିଥାନ୍ତି ସଦା ଆମ ପାଇଁ ଚିନ୍ତା
ଜୀବନ ସ୍ରୋତର ଆମ ପୂଜ୍ୟ ପିତା l
