STORYMIRROR

Keshab Chandra Dash

Action Fantasy Others

4  

Keshab Chandra Dash

Action Fantasy Others

ଆମ ଚନ୍ଦ୍ରଯାନ-୩

ଆମ ଚନ୍ଦ୍ରଯାନ-୩

1 min
324

ଚନ୍ଦ୍ରପୃଷ୍ଠରେ ଆଜି ପାଦଥାପିଦେଇ

     ଭାରତ ରଚିଲା ଇତିହାସ

ସାରା ବିଶ୍ବରେ ଆଜି ନାମ ରଖିଦେଲା

     ସାଉଁଟିଲା କେତେ ଯଶ।


ଯେଉଁ କାମ ଏ ପର୍ଯ୍ୟନ୍ତ କରି ପାରିଲେନି

      ଚାଇନା ଆମେରିକା ଋଷିଆ

ଚନ୍ଦ୍ରଯାନ ଆଜି କରି ଦେଖାଇଛି

       କାମ ତାର କେତେ ଯେ ବଢ଼ିଆ।


ମାମୁଁଘର ରହସ୍ୟ ଭେଦ କରିବାକୁ

     ପଠାଇଥିଲା ଚନ୍ଦ୍ରଯାନ ୨କୁ ଯେ ଭାରତ 

ଚନ୍ଦ୍ରପୃଷ୍ଟେ ପାଦ ଥାପି ନ ପାରିଲା

      ହୋଇଗଲା ପରାହତ ।


ବୈଷୟିକ ତୃଟି କାରଣରୁ ସେ ଦିନ

    ଚନ୍ଦ୍ର ଯାନ ୨ ବିଫଳ ହେଲା 

ହତୋତ୍ସାହିତ ନ ହୋଇ ଇସ୍ରୋ ବୈଜ୍ଞାନିକ

    ତାର ଦୋଷତୃଟି ସୁଧାରି ନେଲା ।


ଶ୍ରୀହରିକୋଟାର ସତିଶଧାବନ କେନ୍ଦ୍ରରୁ

    ଚନ୍ଦ୍ରଯାନ ତାର ଦିଗବିଜୟ ଆରମ୍ଭ କଲା

ବୟାଲିଶ ଦିନ ମହାକାଶେ ରହି

   ଅଗଷ୍ଟ ତେଇଶ ମାମୁଁଘରେ ପାଦ ଯେ ଥାପିଲା ।


ବିଫଳତା ହିଁ ସଫଳତା ମାପକାଠି

        ଭାରତ ପ୍ରମାଣ କଲା

ଜହ୍ନମାମୁଁର ଦକ୍ଷିଣ ଧ୍ରୁବରେ ପାଦ ଥାପି

      ବିଶ୍ବରେ ନାଆଁ ରଖିଗଲା ।


ସ୍ଵଳ୍ପ ଧନରେ ଦେଶ ଦେଖାଇଲା

   ଏକ ଅଦ୍ୱିତୀୟ ପରାକାଷ୍ଠା

ଇସ୍ରୋ ବୈଜ୍ଞାନିକ ଧନ୍ୟବାଦ ପାତ୍ର 

   କାମଦେଲା ତାଙ୍କ କର୍ତ୍ତବ୍ୟନିଷ୍ଠା।


ଛୁଅବେଳେ ଆମେ ଗୀତ ଶୁଣୁଥିଲୁ

     ମାମୁଁ ଅଛନ୍ତି ଯେ ବହୁ ଦୂର

ପ୍ରମାଣ କରିଛି ଚନ୍ଦ୍ରଯାନ -୩ ଆଜି 

     ଦୁଇ ପାହୁଣ୍ଡରେ ଆମ ମାମୁଁଘର।


ମାମୁଁଘରେ ଥାଇ ହେବ ଗବେଷଣା

     ଚଉଦ ଦିନ ରହି ଚନ୍ଦ୍ରଯାନ

ଜୀବନର ସତ୍ତା ଖୋଜିବାକୁ ସିଏ

     କରିବ ଜଳର ସନ୍ଧାନ।


ଚନ୍ଦ୍ର ଜଳବାୟୁ, ଭୂପୃଷ୍ଠ ବାବଦରେ

     ଦେବ ଅନେକ ସୂଚନା

ବିଶ୍ବ ଜାଣି ଯିବ ମାମୁଁ ଘର ବିଷୟରେ

    ବହୁ ତଥ୍ୟ ଜଣା ଓ ଅଜଣା।


ସାପୁଆ ଦେଶ ବୋଲି ମାଟି ମାଆ ଆମ 

     ପାଇଥିଲା ହୀନିମାନ

ଦେଶ ଆଜି ଯୋଗ୍ୟ ନେତୃତ୍ବ ପାଇଛି

     ପାଇଛି ଗର୍ବ ସମ୍ମାନ।


ଇସ୍ରୋ ବିଜ୍ଞାନୀଙ୍କ ସଫଳ ପ୍ରଚେଷ୍ଟା

     ଦେଖିଲା ବିଶ୍ୱଜଗତ

ସେହି ସୁଯୋଗ୍ୟ ସନ୍ତାନ ପାଇଁ ଦେଶ ଆମ

     ହୋଇଛି ଆଜି ଗର୍ବିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action