ମୁଁ
ମୁଁ
ତମେ ଖେଳିଲ ରଙ୍ଗର ହୋଲି
ମୁଁ ଖେଳିଲି ରକ୍ତର ହୋଲି
ତମେ ଗାଇଲ ମଧୁଗୀତ
ମୁଁ ଗାଇଲି ଯନ୍ତ୍ରଣା ର ଗୀତ
ତମେ କହିଲ କମେଡି
ମୁଁ କହିଲି ଟ୍ରାଜେଡି
ତମେ ଯେବେ ପଚାର ମତେ
କୁହ ତମ ଜୀବନୀ
କହିପାରେନା ମୁଁ କମେଡି
ଗାଇ ପାରେନା ମୁଁ ମଧୁଗୀତ
ଶୁଣି ପାରେନା ସ୍ୱର ଶତାବ୍ଦୀର
ଜୀଵନ ଯନ୍ତ୍ରଣା ର ସ୍ୱର ନିଜେ ନିଜର.....
