STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଘୁମନ୍ତ ନୀରବତା

ଘୁମନ୍ତ ନୀରବତା

1 min
372

କବିତା - ଘୁମନ୍ତ୍ ନୀରବତା
ରଚନା - ପଞ୍ଚାନନ ଜେନା
ତାରିଖ -୧୦-୦୫-୨୦୨୫

ପାହୁ ନ ଥିବା ରାତ୍ରୀର 
ଏକାନ୍ତ ନୀରବତା
ନିଦ ଆସୁ ନ ଥିବା ଆୟତ ଆଖିର
ଘୁମନ୍ତ ବାସ୍ତବତା

ନୀରବରେ
ଗୋଟିଏ କଥାକୁ ବାରମ୍ବାର ରଟୁଥିଲେ
ନିଶାନ୍ତରେ
ଗୋଟିଏ ବ୍ୟଥାକୁ ଉଖାରି ଚାଲିଥିଲେ
ନିମଗ୍ନରେ
ଗୋଟିଏ ଖିଅକୁ ଦୋହରାଇ ପାଗୁଥିଲେ

ଯେମିତି ବାଦିପାଲାର ଶ୍ରୀପାଳିଆ
ଗାୟକ କଣ୍ଠରୁ ଛଡେଇ ନେଇ
ପଦ୍ୟ ଛାନ୍ଦକୁ ଘୋଷା ବନେଇ
ଝାଳ ନାଳ ହୋଇଯାଏ .
ଝାଞ୍ଜ ବଜେଇ ନାକେଦମ୍ ହୋଇଥାଏ

ପାରିବ ଯଦି ମୋତେ ଦୟାକର
ତୁମ ପ୍ରଥମ ଚାହାଁଣୀର ଆକର୍ଷଣରୁ

ପାରିବ ଯଦି ମୋତେ ମୁକ୍ତକର
ତୁମ କୁହୁକ ଆଖିର ବିକିରଣରୁ

ପାରିବ ଯଦି ମୋତେ କ୍ଷମାକର
ତୁମ ବିଜୁଳି ଆଖିର ରଞ୍ଜନରଶ୍ମୀରୁ

ପାରିବ ଯଦି ମୋତେ ସୁପ୍ତକର
ତୁମ ଅବ୍ୟକ୍ତ ଆଖିର ଭାଷାକୋଷରୁ

ନ ହେଲେ 
ମୋତେ ଆସନ୍ନ ବିରହଯନ୍ତାରୁ ବଞ୍ଚାଅ
କାରଣ ତାରଣ କର
ମୋତେ ଜନ୍ମ ଜନ୍ମାନ୍ତର ପାଇଁ ସଜାଅ
ପ୍ରେମୀକରୁ ପଦୋନ୍ନତି କର

ନ ହେଲେ 
ଏ ରାତି ନ ସରୁ  ନ ପାହୁ
କାଳ ରାତ୍ରୀର କଳଙ୍କ ନେଇ
ପ୍ରାଣବାୟୁ ବାହୁଡି ଯାଉ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy