STORYMIRROR

RAJANIKANT CHOUDHURY

Tragedy

4  

RAJANIKANT CHOUDHURY

Tragedy

ଯାଯାବର ରଜନୀକାନ୍ତ ଚୌଧୁରୀ

ଯାଯାବର ରଜନୀକାନ୍ତ ଚୌଧୁରୀ

1 min
322

କେଉଁ ଜନମରେ କରିଥିଲି ପାପ 
ବୁଝିତ ପାରୁନି ଜମା,
ଅଶ୍ରୁ ଗଡାଏ ମୁଁ ଦିନରାତି ବସି 
କରି ପାରୁନି ତର୍ଜମା,।।
ପୁଣ୍ୟ ସବୁ ମୋର ଚାଲିଗଲା କାହିଁ 
ଦେଇକି ଯେ ନିର୍ଯାତନା,
ଅନ୍ଧାର ରାଇଜେ ଖୋଜୁଛି ସତ୍ୟକୁ 
ଦିଅନା ଆଉ ଯାତନା,।।
ସଖା ସହଦୋର ପର କରିଦେଲେ 
ସ୍ଵାର୍ଥକୁ ନିଜର କରି,
ଜାଣି ନଥିଲି ମୁଁ ଦୁନିଆ କୁ ଆଜି 
କରିଦିଅ ପ୍ରଭୁ ପାରି,।।
ଘର ଦୁଆର ସବୁ ଭୁଲିଯେ ଗଲି 
ହୋଇକୀ ଯେ ଯାଯାବର,
କିଏ ଏଠି ପର କିଏ ଯେ ନିଜର 
କରି ପାରୁନି ବିଚାର,।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy