STORYMIRROR

Sagarika Dash

Tragedy

3  

Sagarika Dash

Tragedy

ଟମି

ଟମି

3 mins
10


ଟମି ଥିଲା ପୋଷା କୁକୁରର ନାଁ

।ପରିବାର ବୋଲି ଜେଜେ ବାପା ,ଜେଜେ ମା ଓ ବାପା, ମା।ଦୁଇଟି ପିଲା ,ଗୋଟେ ପୁଅ ,ଗୋଟେ ଝିଅ ଆଉ ଟମି ଥିଲା ମଧ୍ୟ ଘରର ଜଣେ ସଦସ୍ୟ। ଏମିତି ହୋଇ ପରିବାରରେ ସାତ ଜଣ ।ଆଜି କ'ଣ ହୋଇଛି କେଜାଣି ; ଟମି ତା'ର ଖାଦ୍ୟ ଯମା ଖାଉ ନାହିଁ।ମାଲିକ ବିଜୟ ଙ୍କ ସାଙ୍ଗରେ ଖାଇବା ଟମିର ଅଭ୍ୟାସ।ବିଜୟ ଘରକୁ ଫେରିଲେ, ଡାଇନିଂ ଉପରେ ତା'ର ମାଲିକ ତଥା " ବାପା ବିଜୟ ଓ ତଳେ ଟମି ଏମିତି ରାତିରେ ଏକା ଟାଇମ୍ ରେ ଖାଦ୍ୟ ଖାଆନ୍ତି ।ଆଜି ବିଜୟ ଙ୍କର ଫେରିବା ଡେରି ହୋଇଗଲାଣି ।ଟମି ଖାଲି ଦଉଡ଼ି ଯାଉଛି ଗେଟ୍ ପାଖକୁ।ମାଲିକାଣି ; ତଥା ମା" ରିନା କହୁଛନ୍ତି।ଆରେ! ଟମି ତୋ ଖାଦ୍ୟ ଖାଇଦେ ; ବାପାଙ୍କ ର ବୋଧେ ଆଜି ଡେରି ହେବ ।ଏକଥା ଶୁଣିବା ମାତ୍ରେ ଟମି କୁଙ,କୁଙ ହୋଇ ନାଙ୍ଗୁଡ ହଲାଇ ଗେଟ୍ ପାଖକୁ ଦ ଉଡ଼ି ଯାଉଥାଏ ।ଓ ପୁଣି ଗେଟ୍ ପାଖରୁ ଘରକୁ।ଏମିତି ଏପଟ ସେପଟ ହୋଇ ଗୋଡ଼ ଦୁଇଟାକୁ ଲମ୍ବାଇ ମୁହଁ ଟାକୁ ଗୋଡ଼ ଉପରେ ଥୋଇ ଶୋଇ କରି ସଂ ସ ହେଉଥାଏ ।

ଜେଜେ ବାପା ,ମା ଆସି ବି କହିଲା ପରେ ତଥାପି କାହା କଥା ନ ଶୁଣି ,ତା'ର ମାଲିକ କୁ ଅପେକ୍ଷା କରିଥାଏ ।

      ଘରର ସମସ୍ତ ସଦସ୍ୟ ଖାଇବା ଆରମ୍ଭ କରିଦେଲେ ‌।ପୁଣି କିଛି ସମୟପରେ ଗଡ଼ି ଗଲା ରାତି ଟମି ଥିଲା ଉପାସ।ଆତୁର ନୟନରେ ଅପେକ୍ଷା କରିଥାଏ ତା'ର ମାଲିକ କୁ।ଏମିତି ବହୁ ସମୟ ବିତିଗଲା ପରେ ରିନା ତାଙ୍କ ସ୍ବାମୀ ଙ୍କ ପାଖକୁ ଫୋନ୍ ଲଗାଇଲେ ।ତାହା ବି ସୁଇଚ ଅପ୍ ଦେଖାଉଛି ।

ବ୍ୟସ୍ତ ଭିତରେ ସମସ୍ତେ ନିଜକୁ ବୁଝାଇ ଦେଇଥିଲେ କ'ଣ ବୋଧେ କାମ ପଡ଼ି ଯାଇଛି ,ଭାବି ନିଜ ନିଜ ରୁମ୍ ଭିତରକୁ ଚାଲିଗଲେ ।ଏକା ଟମି ଅପେକ୍ଷା କରିଥାଏ , ଗେଟ୍ ପାଖରେ । ଏମିତି ଭିତରେ ରାତି ପାହିଯାଇଥିଲା ।ସକାଳୁ ଫୋନ୍ ଆସିଲା ଏଇଟା ବିଜୟ ବାବୁ ଙ୍କ ଘର ? ରିନା ଉତ୍ତରରେ ହଁ ଆପଣ କିଏ କହୁଛନ୍ତି ।ବିଜୟ ବାବୁ ଙ୍କ ର କାଲି ରାତିରେ ଆକସିଡେଣ୍ଟ୍ ହୋଇଛି ‌।ଏହା ଶୁଣି ରିନାଙ୍କ ହାତରୁ ଫୋନ୍ ଗଳି ପଡ଼ିଲା ।ରିନା ସାଙ୍ଗେ ସାଙ୍ଗେ ବେହୋସ୍ ହୋଇ ପଡ଼ିଥିଲେ ।ସକାଳୁ ମର ଶରୀର ଆସି ଘରେ ପହଞ୍ଚି ଯାଇଥିଲା । ପରିବେଶ ଟା ଯେପରି ଅନ୍ୟ ପ୍ରକାରର ହୋଇଗଲା , ସବୁ ଆଡ଼େ ଶୋକାକୂଳ ପରିବେଶ ।ଏହା ମଧ୍ୟରେ ଟମି ପାଗଳ ଭଳି ଇଆଡେ ସିଆଡେ ଦୈ।ଡି ବୁଲୁଥାଏ। କୁଁ କୁଂ ଶଦ୍ଦ ରେ ସମସ୍ତଙ୍କୁ ନେହୁରା ହେଲା ପରି ଯେମିତି କହୁଥାଏ 

ମୁହଁରୁ କପଡା କାଢିଦିଅ ମୁଁ ଦେଖିବି ।

କିନ୍ତୁ ସମସ୍ତେ ତା କଥା ବୁଝିବା ପାଇଁ ଅସମର୍ଥ। କିଛି ସମୟପରେ ମର ଶରୀରକୁ ସେଠାରୁ ନିଆଯାଇଥିଲା ।ଟମି ର ଅଧର୍ଯ୍ୟ,ଦେଖି ହେଉ ନଥାଏ ।

ତା'ପରେ ପୁନର୍ବାର ଶୋକାକୂଳ ପରିବେଶ ରୁ ବାହାରି ନିଜ ନିଜକୁ ସଜାଡି ନେଲେ ।ହେଲେ ଟମି ସେମିତି ଗୋଡ଼ ଉପରେ ମୁଣ୍ଡଟିକୁ ରଖି କୁ କୁଢ ହେଉଥାଏ ।ମନେ ପକାଉ ଥାଏ ତା'ର ମାଲିକ କୁ।କିଛି ଦିନ ବିତିଗଲା ସମସ୍ତେ ପୁଣି ସଜାଡି ନେଲେ ନିଜକୁ କିନ୍ତୁ ଟମି ସେହିଦିନ ଠାରୁ ଖାଇବା ଛାଡ଼ି ଦେଇଛି ।ଖାଲି କ୍ଷୀର ଟିକେ ଯାହା ବୋତଲରେ ପିଉଛି ।ଧିରେ ଧିରେ ଟମିର ଦେହ ଖରାପ ଆଡ଼କୁ ଗତି କରୁଛି । ତଥାପି ତା ମନ ବୁଝୁ ନାହିଁ।ସବୁ ଦିନ ପରି ତା ମାଲିକ ଆଜି ବି ଫେରିବ ,ଅପେକ୍ଷାରେ ଟମି । ଯେତେ ଯିଏ ଯାହା ବୁଝେଇଲେ ଟମି ଆଉ ଖାଦ୍ୟ ଖାଉ ନାହିଁ। ରାତି ହେଲେ ଦ ଉଡ଼ି ଯାଉଛି ଗେଟ୍ ପାଖକୁ।

ଜେଜେ ବାପା,ମା ମଧ୍ୟ ମୁଣ୍ଡକୁ ଆଉଁସି କହୁଥାନ୍ତି,ଟମି! ଟିକେ ଖାଇ ଦେ ନହେଲେ ତୋ ଦେହ ଖରାପ୍ ହୋଇଯିବ 

ଟମି ସେଇ ସ୍ବରରେ କାନ୍ଦି ପକାଇ ଗୋଡ଼ ଉପରେ ମୁଣ୍ଡ ଥୋଇ ଶୋଇ ରହୁଥାଏ ।

ତାପର ଦିନ ସକାଳୁ ଟମି ଦେହ ବହୁତ ଖରାପ୍ ହୋଇଗଲା । ଡାକ୍ତରଙ୍କ ପାଖକୁ ନିଆଗଲା ।ଡାକ୍ତର କହିଲେ ଖାଦ୍ୟ ନ ଖାଇଲେ ।ଟମି ର ବଞ୍ଚିବା ମୁସ୍କିଲ ହୋଇଯିବ । ମେଡ଼ିସିନ ଦେଇ ପରିବାର ର ସମସ୍ତ ସଦସ୍ୟ ଲାଗି ପଡ଼ିଲେ ଟମିକୁ

ଖୁଆଇବା ପାଇଁ।କେତେ ଗେଲ ପିଲାଙ୍କର,କେତେ ଭଲପାଇବା ରିନାଙ୍କର କିଛି କାମ ଦେଲାନି ଟମି ପାଇଁ

ସେ କେବଳ ତା ମାଲିକ କୁ ହିଁ ଝୁଲୁଥାଏ ।ଧିରେ ଧିରେ ଆହୁରି ଖରାପ୍ ହେବାକୁ ଲାଗିଲା ଟମି ଶରୀର ।ଆଉ ଥରେ ଡାକ୍ତର ଙ୍କ ପାଖକୁ ଗଲା କିନ୍ତୁ ଏଥର କିଛି ଲାଭ ହେଲାନି ।ଟମି ତା'ର କ୍ଷୀର ଟିକକୁ ମଧ୍ୟ ବାନ୍ତି କରିଦେଲା ।ଅକାଳରେ ଟଳି ପଡ଼ିଲା ଟମି।

  ଟମି ତା'ର ମାଲିକ କୁ ଝୁରି ଝୁରି ସେବି ପଳାଇ ଯାଇଥିଲା ତା ମାଲିକ ପାଖକୁ।ପ୍ରକୃତରେ କୁକୁର ପଶୁ ହେଲେ ମଧ୍ୟ ବେଇମାନ ନୁହେଁ।


Rate this content
Log in

Similar oriya poem from Tragedy