STORYMIRROR

Panchanan Jena

Tragedy

4  

Panchanan Jena

Tragedy

ବ୍ୟର୍ଥ ପ୍ରହରୀ

ବ୍ୟର୍ଥ ପ୍ରହରୀ

1 min
293

କବିତା - ବ୍ୟର୍ଥ ପ୍ରହରୀ
ରଚନା - ପଞ୍ଚାନନ ଜେନା
ତାରିଖ -୧୦-୦୫-୨୦୨୫

କେବେ କେବେ ଲାଗେ ଚକାଭଉଁରୀ
ଜୀବନ ଗୋଟେ ଖିଅ ପାଉ ନ ଥିବା ଗପ ବହି
ଉପସଂହାର ହୀନ ଅଧାଲେଖା ଯାଇଛି ରହି
ଆଗମ - ନିରାଗମ ରହିତ ନଷ୍ଟ ପଞ୍ଜୁରୀ

ପୁଣି କେବେ କେବେ ଲାଗେ କସ୍ତୁରୀ
ଜୀବନ ଗୋଟେ ପ୍ଲାଷ୍ଟିକ କପ୍ ରେ ମିଠାଦହି
ସୀମାରେ ସୀମାବଦ୍ଧ ଅନାସକ୍ତ ଯାତନା ଜୁଇ
ଛାଇ ଆଲୁଅରେ ସମାଦୃତ ସର୍ବରୀ

ପୁଣି କେବେ କେବେ ବାଗେ ସ୍ବପ୍ନପୁରୀ
ଜୀବନ ଗୋଟେ ମିଠା ଅତୀତର ଇତିହାସ
ଉତ୍ଖନନ ଅଭାବରୁ ମାନସ ମନ୍ଥନରୁ ସନ୍ୟାସ
ନୂଆ କିଶଳୟ ପୁଲକେ ଆଶାବଲ୍ଲରୀ

ପୁଣି କେବେ କେବେ ଲାଗେ ଚକୋରୀ
ଜୀବନ ଗୋଟେ ଅଙ୍କାବଙ୍କା ଅଳସୀ ନଈ
ଶିଳା ବନ୍ଧୁର ଦୁର୍ଗମ ପଥ ଡେଇଁ ଯାଉଛି ବହି
କେତେ ଜୀବନ ଯାତନା କଳ କଳ ନାଦରେ 
ଯାଉଛି କହି ବ୍ୟର୍ଥ ପ୍ରହରୀ

ପୁଣି କେବେ କେବେ ଲାଗେ ସର୍ବରୀ
ଜୀବନ ଗୋଟେ ଦୁଇ ଧାରୁଆ ତରବାରୀ
ସମସ୍ତଙ୍କୁ ଖୁସି କରୁ କରୁ ପରାସ୍ତ ପ୍ରତିହାରି
ଜିତୁଥିବା ଯୁଦ୍ଧ ହାରିଯାଏ ଅହଂ ସବାରୀ

ପୁଣି କେବେ କେବେ ଲାଗେ ପ୍ରଭାରୀ
ଜୀବନ ଗୋଟେ ଦୁଇ ଆଖିର ଲୁହ ଲାବଣ୍ୟ
ନେପଥ୍ୟେ କ୍ରନ୍ଦନ ଆଉ ଆଗତ୍ୟେ ହଁସୁଲି ତାରୁଣ୍ୟ
ଦୁଃଖ ଜଞ୍ଜାଳରେ ଉବୁଟୁବୁ କଳ୍ପନା ମୁରାରୀ

ପୁଣି କେବେ କେବେ ସୁଷମା ମଞ୍ଜରୀ
ଜୀବନ ଗୋଟେ ଫୁଲ କୁସୁମ ଭରା କେଦାର
ବାତ୍ୟାର ଘନଘଟା ସହି ନପାରି ନଇଁଯାଏ ମରି
 ପୁଣି ସୁନେଲି ସକାଳର ଆଶାରେ ଦୌଡି ଚାଲେ ସୌଦାଗର ଦମ୍ଭଧରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy