STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଲୁହ ଲାବଣ୍ୟ

ଲୁହ ଲାବଣ୍ୟ

1 min
404

କବିତା - ଲୁହ ଲାବଣ୍ୟ
ରଚନା - ପଞ୍ଚାନନ ଜେନା
ତାରିଖ -୨୫-୦୪-୨୦୨୫

କାହିଁକି କେଜାଣି ପଥପ୍ରାନ୍ତେ
 କୃଷ୍ଣଗୁଡ଼ା ଗଛଟା ନଜର ପଡ଼ନ୍ତେ
ବାଉଳା ମନଟା ପାଗଳ ହୋଇଉଠେ 
ଖୋକାଭାଇଙ୍କ କାଳଜୟୀ ଗୀତକୁ ନେଇ
ରିମିସ୍କଟେ କଣ୍ଠରେ ଫୁଟେ
ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହଁ
ବୟସର ନନ୍ଦିନୀ ଗୋ ଭାଙ୍ଗ ତୁମ ମନ୍ଦ ନୁହଁ

ଆକାଶେ ଗ୍ରୀଷ୍ମ ଦୁର୍ବାସାର ତତଲା ଗରଳ
ଅସ୍ତବ୍ୟସ୍ତ ତରୁତୃଣ ପଶୁପକ୍ଷୀ ଜନ ସକଳ
ଟାଆଁସିଆ ବିକଟାଳ ଟାଣଖରା 
ଆକ୍ତାମାକ୍ତା ସସାଗରା ଧରା
ଗୁଳୁଗୁଳି ମାରୁଛି ହାବେଳି
ରଖେଇ ବସେଇ ଦେଉନି ବାଉଳି କାଭଳି
ତଥାପି ହସୁଛି ବିଟପୀ କୃଷ୍ଣଚୁଡ଼ା 
ମେଲି ଦେଇଛି ରକ୍ତିମ ପାଖୁଡ଼ା

ହେଉଛି ଭାରି ଫୁଲେଇ
ଲାଲ ପାନ୍ ବିବି ପରି ଛଟକି ଛଇ
ପିନ୍ଧିଛି ଲାଲ ଟହଟହ ଶାଢ଼ୀ 
ମାନୁଛି ଲମ୍ବା ଦେହୀ ଅନୁଢ଼ୀ
ଗରମ ପବନ ଖେଳୁଛି ଦୋଳି
 ତା କୋମଳ ଅଙ୍ଗକୁ କୁତୁକୁତୁ କରେ
ଉଡେଇ ଦଉଛି ତା ନହୁଲି ପଣତ କାନି 
ନିଦାଘ ଗ୍ରୀଷ୍ମରେ ପଥଚାରୀ ବାଟୋଇ ପାଇଁ
ହାବୁକାଏ ଥଣ୍ଡା ଝଲକ ମାନି

ହାୟ ରେ ହାୟ 
ତା ବିଷାଦ ଭାବିଲେ ଲାଗେ ଅସହାୟ
ବାସ୍ନା ହୀନ ବୋଲି ପରାର୍ଦ୍ଧେ ବ୍ୟଥା 
ଫୁଲ ପେନ୍ଥା ପେନ୍ଥା ହେଲେ କିସ ହେବ
ରଙ୍ଗବତୀ ପରି ରଙ୍ଗେଇ ହେଲେ କିସ ହେବ.
ବାସନା ନାହିଁ ମାନେ ଅଲୋଡା ଅସନା 
ମହକ ନାହିଁ ମାନେ ଅଦରକାରୀ ବର୍ଗରେ ଗଣନା

ହାୟ ରେ ହାୟ
ତା ବେଦନା ତା ଆବେଗ ଭାବିଲେ ନିରୁପାୟ
କେହି ଆସିନ୍ତିନି ହେବାକୁ ପଦିଏ କଥା
ଠାକୁର ପୂଜା କଥା ଛାଡ଼
ସାଧାରଣ କାମକାର୍ଯ୍ୟରେ ବି ଅଛୁଆଁ
ଛାତି ତଳେ ଚାପିବାକୁ ପଡ଼େ
ଅବ୍ୟକ୍ତ ବାସନ୍ଦ  ବେଦନା ତାଡ଼

ହାୟ ରେ ହାୟ
ତା ତ୍ୟାଗର ଜୟ ଜୟକାର କରିବା ଥୟ
ବିଷାଦର ଆକଣ୍ଠ ବିଷ ପିଇଦେଇ 
 ନିର୍ଘାତ ଖରାରେ ଖିଲିଖିଲି ହସୁଥାଏ
ଶୋକ ଶୋଣିତକୁ ଛାତି ତଳେ ଚାପିଦେଇ
ଆତୁର ବାଟୋଇମାନଙ୍କୁ ଆପଣାଏ
କ୍ଷଣିକ ଅନନ୍ଦର ଖୋରାକ ଯୋଗାଏ

ବୋଧେ ସେ ବୁଝି ସାରିଛି
ଜୀବନଟା ଗୋଟେ ଖରା ଛାଇ ଖେଳ
ସମୟଟା ଗୋଟେ ଛଳନାର ନାଲିଝୁଳ
ଦୁଃଖ ଉପସମ ହେବ କରୁଣା ବାଣ୍ଟିଲେ
କଷ୍ଟ ଉପସମ ହେବ ଯନ୍ତ୍ରଣା ଥମିଲେ

ଏହାରି ନାମ ବୋଧେ ଲୁହ ଲାଵଣ୍ୟ
କୃଷ୍ଣଚୂଡ଼ା ନିଲାମ କରିଛି ଲହୁ ତାରୁଣ୍ଯ


Rate this content
Log in

Similar oriya poem from Tragedy