STORYMIRROR

Jitendriya Behera

Abstract Others Tragedy

3  

Jitendriya Behera

Abstract Others Tragedy

ଦୁଃଖ

ଦୁଃଖ

3 mins
13.7K


ଉଣା ଅଧିକେ

ଜୀବନର ମାପଚୁପ କରୁ କରୁ

ତମେ ଦିନେ ଦେଖା ହେଲ

ତିନି ଚାରି ବର୍ଷ ତଳେ

ମୁଁ ଥିଲି ଏକାକୀ ବାଟୋଇ

ତମେ ବି ଏକାକୀ

ଯଦିଓ ଆମ ଚାରିପଟେ

ସମସ୍ତେ ଥିଲେ ସମୟର କ୍ରମେ।

ଆଜି ପୁଣି ଉଣା ଅଧିକେ

ତମେ ଏକ ନୁଆ ସହର ଆକାଂକ୍ଷାରେ

ମୁଁ ଫେରୁଛି ମୋ ଗାଁ ମାଟିରେ

ଅନେକ କୋହକୁ ବାହି

ଆପଣା ଛାତିରେ।

ଅନେକ ସମୟ ଯାହା

ବର୍ଷ ଆଉ ମାସ ଦିନ ଥିଲା

ତମ ସହ କେତେ ସ୍ଥାନ ସବୁ

ସ୍ମରଣୀୟ ହେଲା

ପୁଣି କିଛି ଅନୁଭୁତି ଆଖିର ସଜ୍ଜଳେ

ରହିଗଲେ ତୁମ ପାଇଁ

ଝରି ଯିବା ପାଇଁ ତୁମ ନଥିବାର

ଏକାନ୍ତ ବେଳାରେ।

ଆଉ କିଛି ପାଇବାର ନାହିଁ

ତୁମ ଠାରୁ, ତୁମେ ଯାଅ

ବିଜିଲ୍ ତ ହୋଇଲାଣି ବଡ

ତୁମ ଛୁଆଁ ପାଇବି ତ

ନିଶ୍ଚେ ତା ଠାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract