STORYMIRROR

Narayan Sethi

Drama Tragedy Crime

3  

Narayan Sethi

Drama Tragedy Crime

ଶୀର୍ଷକ:- ବିଷାକ୍ତ ଏ ପ୍ରମ ?

ଶୀର୍ଷକ:- ବିଷାକ୍ତ ଏ ପ୍ରମ ?

1 min
200

ଲେଖକ:- ନାରାୟଣ ସେଠୀ 


କେମିତି ବୁଝେଇବି ଏ ପ୍ରେମ କୁ 

ଭାବିଥିଲି ମୁଁ ତ ବହୁତ ଭଲ ପାଏ 

ଆଉ ତୁମେ ବି ମୋତେ 

ବହୁତ ଭଲ ପାଉଚ ବୋଲି .....!!


ହେଲେ କିଏ ଜାଣିଥିଲା ଏ ପ୍ରେମ 

ଏତେ ବିଷାକ୍ତ ହେବ ବୋଲି 


ଏମିତି ମୋ ବିଶ୍ୱାସ ରେ ତୁମେ 

 ବିଷ ଦେଇ ହତ୍ୟା କରିବ ବୋଲି....!!


ମୁଁ ଭଲ ପାଇ ଭୁଲ କରିଥିଲି କି..?


ନା ? 

ପ୍ରେମ କୁ ବିଶ୍ୱାସ କରି ଭୁଲ କରିଥିଲି ..?


ଅଜବ ଏ ଦୁନିଆଁ 

କେବଳ ସ୍ୱାର୍ଥର ହିଁ ବିଜୟ 

ହେଲେ ମୋ ପ୍ରେମ କୁ କାହିଁକି 

ବଳି ଦେବାର ଯୋଜନା କଲ ..?


ମୋ ପ୍ରେମ ର କୁନି ଛୁଆ କୁ ବି 

ତା ପୀତୃତ ର ପରିଚୟ ଲିଭେଇ ଦେଲ ...!!


କଣ ପାଇଁ ଅପେକ୍ଷା କଲ ଏ ସମୟ ପାଇଁ 

ପ୍ରେମ କୁ କାହିଁକି

ଆରମ୍ୱ ପୂର୍ବ ସମୟ ରୁ 

ଶେଷ କରିଦେଲନି କାହିଁକି ....?


ସମାଜ ର ଏ ପରିବେଶ ରେ 

ମୋ କୁନି ଛୁଆ ଟିକୁ 

କାହିଁକି ବାପ ଛେଉଣ୍ଡ କରିଦେଲ..?


କଣ ପାଇଲ ତୁମେ କାହିଁକି...

ଏମିତି ଏ ପ୍ରେମ ର ନାଟକ 

ରଚିକି ପୁଣି ସବୁ କିଛି 

ଛିନିଭିନି କରିଦେଲ......!!


ଏ  ଉଦାହରଣ ଆଜି 

ଆମ ସମାଜ ରେ ପ୍ରେମ କଣ.... ?


ଆଜି ଠୁ ପ୍ରଶ୍ନ ହେଇ ଘୁରି ବୁଲିବ 

ସବୁ ପ୍ରେମିକ ଙ୍କ 

ମନ ଭିତରେ ଉଙ୍କି ମାରିବ ...??


କାରଣ ଏ ଘଟଣା ପାଇଁ 

ପ୍ରେମ ର ମିଠା ବାସନା ରେ

ଅଙ୍କୁଶ ଲଗାଇବ 


କଣ ସତରେ ପ୍ରେମ ପବିତ୍ର..?

ନା ଏ ପ୍ରେମିକା ସବୁ ସ୍ୱାର୍ଥପର ..?


କେମିତି କହିବି ଏ ପ୍ରେମ କାହାଣୀ 

ସମାଜ କୁ କି ବାରତା ଦଉଚି ..?


କିଏ ବିଶ୍ବାସୀ ଆଉ କିଏ ଅବିଶ୍ୱାସୀ 

ସେ ପ୍ରେମିକା ନା ପ୍ରେମ ନା ରେ 

ପ୍ରେମକୁ ଆଉ ପ୍ରେମକ କୁ

ମାରୁଥିବା ଜୀଅନ୍ତା ରାକ୍ଷସୀ ...???






ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama