STORYMIRROR

Sunanda Mohanty

Horror Crime Others

3  

Sunanda Mohanty

Horror Crime Others

ଷଡ଼ରିପୁ

ଷଡ଼ରିପୁ

1 min
17


ମନ ଓ ଶରୀର ପରସ୍ପର 

ପରିପୂରକ ଅଟଇ 

ମନର ପ୍ରଭାବ ଶରୀରରେ 

ପଡି କୁପଥଗାମୀ ହୁଅଇ 

ପଞ୍ଚଇନ୍ଦ୍ରୀୟ ଓ ଷଡ଼ରିପୁ 

ଦମନେ ଶାନ୍ତି ମିଳଇ 

ମିଥ୍ୟା ରାଗ ରୋଷ ଅହଂକାର 

କାମ କ୍ରୋଧ ଲୋଭ ମୋହ ମାୟା 

ମଧ୍ୟେ ଛାଇଯାଇ ରହିଥାଇ 

ମଦ ମାତ୍ସର୍ଯ୍ୟ ଆଦି ରୂପେ ଜୀବନେ 

କୋଉ ରୂପେ ଆସିଥାଇ 

ଏସବୁ ବର୍ଜ୍ଜନ କରି ଗୁଣୀ ଜନ 

ବୁଦ୍ଧ ଯୀଶୁ ସତ୍ୟସାଇ ନାମ ପାଇ 

ସତ୍ୟ ସନାତନ ପରମଆତ୍ମନ 

ପରଂବ୍ରହ୍ମ ଯେ ଜପଇ

ଷଡ଼ରିପୁ କବଳୁ ମୁକ୍ତି ପାଇବାକୁ 

ସଦା ଶ୍ରୀହରୀ ଭଜୁଥାଇ 

ଲୋଭ ନଥାଏ ଧନ ପାଇଁ 

ଦାନ କଲେ ମିଳେ ପୁଣ୍ୟ ବୁଝିଥାଇ 

ଅଢେଇ ଦିନରେ ଅଂହକାର କଲେ 

ଶାନ୍ତି ସଂହତି ଯାଏ ଦୂରେଇ 

ଇର୍ଷା ଦ୍ୱେଷ ରାଗ ରୋଷ ଅବା ମିଥ୍ୟା 

କୁପଥଗାମୀ କରଇ 

କାମ କ୍ରୋଧ ତ୍ୟାଗ କରି 

ଜୀବେ ଦୟା ଯେ ଜନ କରଇ 

ଯମଦଣ୍ଡରୁ ମୁକ୍ତି ଦିବ୍ୟ ଦର୍ଶନ ପ୍ରାପ୍ତି 

ବିଶ୍ଵରୂପ ଦର୍ଶନ କରଇ 

ଶଙ୍ଖ ଚକ୍ର ଗଦା ପଦ୍ମଫୁଲ କୁ 

ଶ୍ରଦ୍ଧାରେ ଯେ ନର ଜପଇ

ଅଳୀକ ଶରୀର ମୃତ୍ୟୁ ପରେ 

ସଂସାରେ ଅମର ସେହି 

ଲାଳସା ଦମନ ଷଡ଼ରିପୁ ଆସକ୍ତି ବର୍ଜ୍ଜନ 

ମଣିଷକୁ ସ୍ବଦେହେ ସ୍ୱର୍ଗ ଦେଖାଇ 

ବିଭୂପଦ ସେଵା ନିର୍ମଳ ଚିତ୍ତ ଭାବନା 

କେତେ ପୁଣ୍ୟ ମିଳେ କହିବା ସମ୍ଭବ ନୋହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror