Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

prasanta kumar Motivation

Abstract Crime

3  

prasanta kumar Motivation

Abstract Crime

ନାରୀ

ନାରୀ

1 min
177



ନାରୀ ନୁହେଁ ଏଠି ଖାଲି ପୁରୁଷ ର ଭୋଗ୍ଯା

ଦୁନିଆ ଆଖିରେ ପୂଜା ପାଇଁ ନୁହେଁ କି ଯୋଗ୍ୟା।

ପୁରୁଷ ସମାଜେ ନାରୀ ହୁଏ ହୀନିମାନୀ

ସରଳତାର ସୁବିଧା ଦେଖି ପୁରୁଷ କରେ ଵେଇମାନୀ ।

ଦିଲ୍ଲୀ ଠାରୁ ପିପିଲି ସବୁଠାରେ ବଳାତ୍କାର

ଶହ ଶହ ନାରୀ ପଡନ୍ତି ବଳି ହୁଏ ନାହିଁ ତା'ର ପ୍ରତିକାର।

ଶୁଭେ ନାହିଁ ପରି, ବେବିନା, ଇତିଶ୍ରୀ ସ୍ଵର

ନେତା ମନ୍ତ୍ରୀ ପ୍ରଶାସନ ଏଠି ବହୁ ଦୂର ।

ବୁଝିବାକୁ ସମୟ ନଥାଏ ଆମ ମନ୍ତ୍ରୀଙ୍କ ର

ଭୋଟ ପାଇ ନୋଟ ନେଇ ହୁଅନ୍ତି ସେ ଭୟଙ୍କର।

ସଭିଏଁ ଖୋଜନ୍ତି ଖାଲି ନିଜ ସ୍ଵାର୍ଥ ର ପ୍ରବୃତ୍ତି।

ନାରୀ ପାଇଁ ଚାଲେ ଏଠି ମିଥ୍ୟା ପ୍ରତିଶୃତି।

ପାନଦୋକାନରୁ ପାର୍ଲ୍ୟାମେଣ୍ଟ ଚାରିଆଡେ ପଟୁଆର

ଲୁହ ଭାରେ ନାହିଁ ସଭିଏଁ କାନ୍ଦନ୍ତି ଏ ଦୁନିଆର।

ଆଇନତାର ଆଇନ୍ ବାଟରେ ଯାଏ

ଗଣ ଦୁଷ୍କର୍ମ ର ଅପରାଧୀ ଦଣ୍ଡ ରୁ ମୁକ୍ତି ପାଏ ।


        


Rate this content
Log in

Similar oriya poem from Abstract