କନ୍ୟା ଭୃଣ
କନ୍ୟା ଭୃଣ
କନ୍ୟା ନୁହେଁ ଖାଲି ବିନାଶ କରିବା ପାଇଁ
ସୃଷ୍ଟିର ଆଧାର ତୋଳିବାକୁ ଗଢିଛି ଏ ସାଇଁ ।
ନାରୀ ନୁହେଁ ଖାଲି ପୁରୁଷର ଭୋଗ୍ଯା
ଧରା ଧାମେ ନୁହେଁ ଲାଚ୍ଛିତର ଯୋଗ୍ୟା ।
ପୀଡ଼ିତା, ନିର୍ଯାତିତା ଜ୍ବାଳାରେ ନାରୀ ହୁଏ କଳୁଷିତା
ଏ ପୁରୁଷ ସମାଜେ ନାରୀ ହୋଇଛି ଧର୍ଷିତା ।
ଏ ଦୁନିଆ ଆଲୋକ ଦେଖିବା ଆଗରୁ କଲ ତାକୁ ଶେଷ
କ୍ରୁର ଅତ୍ୟାଚାର ସହିନପାରି ଭ୍ରୃଣ ହୁଏ ବିନାଶ ।
ମାତୃ ଗର୍ଭରୁ ହୁଏ ସଂହାର ଲୀଳା
ସବୁ କ୍ଷେତ୍ରେ ନିର୍ଯାତନା ଏକି ବିଧାତା ଖେଳା ।
କୋଉ ଦୋଷ କରିଥିଲା ସେକନ୍ୟା ଅବା କିପାପ
ଜୀବନ କ'ଣ ବୁଝିବା ଆଗରୁ ଲିଭିଗଲା ଜୀବନ ଦୀପ ।
ନାରୀ ସଂହାରର ବିଭୀଷିକାରେ ମାତିଛି ଏ ବିଶ୍ୱ
ନିଜ ସ୍ବାର୍ଥ ପାଇଁ କନ୍ୟା ଭୃଣ ହତ୍ୟା ସାଜିଛି ଏଦେଶ ।
ଆଜିର ସମାଜ ହୋଇଛି ହିଂସ୍ର ,ପାଲଟିଛି ରକ୍ତ ପିପାଶୁ
ବିଧାତା ଗଢିଛି ଏସଂସାର ମନୁଷ୍ୟ ହେଇଛି ପଶୁ ।