STORYMIRROR

Prakash Majhi

Horror Tragedy Crime

3  

Prakash Majhi

Horror Tragedy Crime

କୋରୋନା ମହାମାରୀ

କୋରୋନା ମହାମାରୀ

1 min
250

ଉଗ୍ର ରୂପ ନେଇ,,,,,

ମୁଶଳ ଧାରାରେ ମାଡି ସେ ଆସୁଛି

ବାୟା ବହୁଡ଼ାର

ଅନ୍ଧ ଗଲିର ରନ୍ଧ୍ର ଟିଏ ହୋଇ

ଛିନ୍ନ ଭିନ୍ନ ତାର ହସେ

ଶକ୍ତିହୀନ ଏ ଦୁନିଆ

ମନୁଷ୍ୟର ଅଧା ଜଳା ଜୀବନ

ଶୁନଶାନ ଗାଁ ଠୁ ସହର

ଭୁକିଲା ପେଟରେ

ଭୋକ ବଢିଯାଏ ମିଲେନା ଆହାର।

ଏଠି କୋଟି ସ୍ୱପ୍ନ ଦେଖେ

ଅହରହ ଭୟର ଆତଙ୍କ

ରତ୍ନପାଲିଙ୍କିର ମିଳେନାହିଁ ଚିହ୍ନ

ପାଦ ଟଳମଳ ହୃଦୟ ବିଛିନ୍ନ

ହାହାକାର ରୂପ,,,,,,

ଦୁଃଖ ପିଇ ପିଇ

ଜାଳେ ଅନ୍ଧାର ଅତୀତ।

ରମ୍ୟସ୍ଥଳୀର ଗମ୍ୟ ହଜୁଛି

ଆଶା ବି ଅଦିନେ ଝାଉଁଳି ପଡିଛି

ଦିବ୍ୟ ଚେତନା

ସତେକି ଯେମିତି ମଉଳା ମଉଳା ବାସହିନ ଫୁଲ ।


ସମୟ ଦାଣ୍ଡରେ

ମହାମାରୀ ଧ୍ୱନି ବେସ ପ୍ରଖର

କିଏ ଖୁଜୁନି କାହା ରାସ୍ତା

ମାଟି ତୋ ଅନେଇ ବସିଛି ବାଟ।

ସବୁଆଡେ ସବୁଠି ଖାଲି


ମେଚାଂମେଞ୍ଚା ଗନ୍ଧ

ଜାତି,ଧର୍ମ ଓ ବର୍ଣ ନାମରେ

ଯେତେ ସବୁ ମିଛ ପ୍ରଚାର

କଉଠି ଭି ନାହିଁ ଟିକିଏ ବିଶ୍ୱାସ

ଖାଁ ଖାଁ ଚିତ୍ର

ଅକାଶ ଠୁ ମାଟି ମାଟିରୁ ପବନ

ଦେଖ ଆଜି ମୃତ୍ୟୁର ମନମୁଖୀ ଶାସନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror