ଆତ୍ମନେପଦୀ
ଆତ୍ମନେପଦୀ
ଅନ୍ତର ଭିତରେ ବାସ ସ୍ଥାନ
କେବେ ସୁପ୍ତ କେବେ ଉଦ୍ଦୀପନ
ଅନନ୍ତ ଅସୀମ ଆକାର
ନିର୍ମଳ ଶୁଦ୍ଧ ଅକ୍ଷର
ସାକ୍ଷର ସେ ନିର୍ବିକାର ।
ସୂକ୍ଷ୍ମ ରେଣୁ ରୂପେ ପ୍ରକାଶିତ
ସେ ହିଁ ମିଛ ସେ ହିଁ ସତ
ତାର ଅନୁମତି ବିନା ପରିଚାଳିତ
ହେବା ଅସମ୍ଭବ ......
ଜୀବ ଜନ୍ତୁ ହେଉ କିବା ଈଶ୍ଵର
ସଭିଏଁ ତାର ଦାସ କିଙ୍କର ।
ନାହିଁ ତା'ର ଆଲୟ ବିଲୟ
ସର୍ବଦା ସେ ଚିର ଅମର
ଆତ୍ମ କୁଶଳେ ମଙ୍ଗଳ ବାଇଦ
ଅହରହ ନୃତ୍ୟ କରେ,
ବାଜି ଉଠେ ଶୁଭ ଶଂଖ ଧ୍ୱନି
ଏଇ ଆତ୍ମର କାହାଣୀ ।
ନିମିଷକେ କାଶୀ ବୃନ୍ଦାବନ ଧାମ
ଦର୍ଶନେ ପବିତ୍ର ନୟନ
ଆତ୍ମ ସଦଗ୍ ତି ଗୁଢ ରହସ୍ୟ
ଭେଦ ଜ୍ଞାନରେ ହତାସ
ଆତ୍ମ ଖୋଜି ବୁଲେ ନୂଆ ଘଟ
କରିବାକୁ ଭବିଷ୍ୟ ବୀଜ ରୋପନ ।
ଭିନ୍ନ ତାର ଚିନ୍ତାଧାରା
କେବେ କଳା କେବେ ତୋରା
ଆତ୍ମ ଦିଏ ମନୋବଳ
ପୁଣି ଭାଙ୍ଗେ ଥଳ କୁଳ
ବୁଝେନା ସୁରା, ଯନ୍ତ୍ରଣା ଭରା ।
ଟାଣି ଆଣେ ଅଭିଳାଷା
ଏହି ଆତ୍ମ ପରିଭାଷା
ହୁଏ ନାଁ ସେ ଦଗ୍ଧୀଭୂତ
ପୟ ଅନଳେ ନାହିଁ ମୃତ
ସର୍ବଦା ଗତିଶୀଳ ମୃଗତୃଷ୍ଣା ।
ବଡିମାରେ ଲଗାଅ ଅଙ୍କୁଶ
ନଚେତ୍ ସନମାନ ଶେଷ
ଆତ୍ମ ସ୍ତମ୍ଭ ଜୀବନେ ମହତ୍ବ
ଆତ୍ମ ହିଁ ଆମର ଶ୍ରେଷ୍ଠ ଇଜ୍ଜତ ।

