STORYMIRROR

Amit Bal

Horror Tragedy Action

3  

Amit Bal

Horror Tragedy Action

ଘରମୁହାଁ ଲୋକ

ଘରମୁହାଁ ଲୋକ

1 min
166

ରୁଟି କେଇ ଖଣ୍ତ ପାଇଁ କେବେ ଦିନେ ବାଧ୍ୟରେ

ଘରୁ ଗୋଡ଼ କାଢିଥିବା ଲୋକଟା ଭୋକିଲା ପେଟରେ

ସେଦିନ ଘରମୁହାଁ ହୋଇ ବିକଳରେ ଦଉଡୁ ଥିଲା ,

କାନ୍ଧ ଉପରେ ବସିଥିଲା ତା'ର ଅବୋଧ ଶିଶୁ

ସ୍ତ୍ରୀ ଚାଲିଥିଲା ପଛେ ପଛେ ଅଣନିଃଶ୍ବାସୀ ହୋଇ ,


ବାଟ ନଥିଲା ଆଉ କିଛି ତା' ହାତରେ ଯେମିତି

ଜୀବ ମନେ ହେଉଥିଲା ସତେ ଅବା ଅମା ରାତି

ଚାରିଆଡେ ଅଜଣା ଅଶୁଣା ଲୋକର କୋହ କାନ୍ଦଣା ,

ଆଗରେ ପଡ଼ିଥିଲା ଲମ୍ବା ରାସ୍ତା ବହୁଦୂର ଯାଏ

ତଥାପି ସେ ଥିଲା ଉପାୟଶୂନ୍ୟ କିଛିଟା ବାଟବଣା ,


ସଙ୍ଗରୋଧର ମାନେ ଏବେ ସେଠି କିଛି ନଥିଲା

ନା ଥିଲା ଦୋଷ କାହାର ଜାଣିବାକୁ ସମୟ ,

ହୁ ହୁ ହୋଇ ମାଡି ଆସୁଥିଲା ମହାମାରୀ କରୋନା

ଊଣାଅଧିକେ ସଭିଙ୍କୁ ଥିଲା ଘରୁ ପାଦ କାଢିବାକୁ ମନା,

ଚତୁର୍ଦ୍ଦିଗେ ଲକ୍ ଡାଉନ୍ ର ଭୟାନକ ବାତାବରଣ

ସେଥିରେ ବି ଥିଲେ ଅମାନିଆ ମାନୁନଥିଲେ ବାରଣ,


ସେ ଚାଲିଥିଲା ମାଇଲ ମାଇଲ ବାଟ ପଛକୁ ନଚାହିଁ

ଏବେ ଯେ ନିଜ ଘର ଛଡ଼ା ଆଶ୍ରା ତା'ର ନାହିଁ,

ଖଣ୍ତ ବିଖଣ୍ତତ ସ୍ବପ୍ନ ତାର ଜଳୁଥିଲା ଜୀବନ ଯାତନାରେ

ସେ ହଜି ଚାଲିଥିଲା ମହାମାରୀର ମହାସାଗରରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror