STORYMIRROR

Lokesh Kumar Jena

Horror Inspirational Thriller

3  

Lokesh Kumar Jena

Horror Inspirational Thriller

ବାତ୍ୟା

ବାତ୍ୟା

1 min
421

ହେ ବାତ୍ୟା, ତୁମେ ଆସୁଥିଲ 

         ବର୍ଷକୁ ଥରେ କିମ୍ବା ଦୁଇ ଥର

ପ୍ରତି ମାସେ ତୁମ ଅବାଧ୍ୟ ପ୍ରବେଶ

           ସଭିଙ୍କୁ କରଇ ଥରହର ।


ତୁମ ଉଗ୍ର ରୂପ ଅତି ଭୟଙ୍କର

         ଧ୍ଵଂସକାରୀ ଶକ୍ତି ତହିଁ ଗଚ୍ଛିତ

ପଞ୍ଚ ମହାଭୂତ ଶକତି ବଳରେ 

          ବଳିଆନ ତୁମେ ପ୍ରକୃତି ପୁତ ।


ପାଦର ନୂପୁର ଘୁଙ୍ଗୁର ବଜାଇ 

          ନୀଳ ସାଗର ର ବକ୍ଷ ଦେଶରେ

କୁଳ ଅବତରଣ କର ଯେବେ ତୁମେ

          ଦାଉ ସାଧିଥାଅ ନର କିନ୍ନ ରେ ।


ଜୀବନର ସତ୍ତା ତୁମ ଆଗେ ମିଥ୍ୟା 

            ବିକଟାଳ ରୂପି ହେ ଦାନବ

ନାହିଁ ଅସ୍ତ୍ର ଶସ୍ତ୍ର ତୁମେ ଯେ ସ୍ଵତନ୍ତ୍ର

           ବଶୀଭୂତ କରି ପାରେନି ମାନବ।


କେତେ ଶାନ୍ତ ସ୍ନିଗ୍ଧ ପାବନ ଭୁବନ 

              ଉତ୍କଳ ମାଟି କି ମନୋରମ

ତୁମ ଅଗମନେ ସର୍ବସ୍ବ ଉଜୁଡେ

             ଆଙ୍କିଦିଅ ଛବି ମରୁଭୂମି ସମ।


ତାଣ୍ଡବ ରଚି ବେଳାଭୂମି ପରେ 

             ଆଗକୁ ଆଗକୁ କର ଗମନ

ତୁମ ଚଲାପଥେ ସର୍ବସ୍ବାନ୍ତ କରି 

              ଉଜୁଡ଼ାଇ ଦିଅ ଧନ ଜୀବନ।


ସାମରିକ ଶକ୍ତି ବଢ଼ାଇବା ପାଇଁ 

             ମାନବ କରଇ ନିତି ପରୀକ୍ଷଣ

ଶାନ୍ତ କୋମଳ ସାଗର ଜଳ ରେ

              କମ୍ପନ ହୁଏ ଅତି ଭୀଷଣ ।


ଲଘୁଚାପ ରୂପ ନିଅଇ ପବନ 

              ସୃଷ୍ଟି ହୁଏ ପୁଣି ଘୂର୍ଣି ବଳର

ସମୁଦ୍ରରେ ଗର୍ଜି ବିଭୀଷିକା ହୋଇ 

             କ୍ରମେ ରଚି ଥାଏ ମହା ପ୍ରଳୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Horror