ଫେରି ଆସିଛି ଶୀତ
ଫେରି ଆସିଛି ଶୀତ
ଶରତ ମାସରେ ଫିକା ଫିକା ପରେ
ମଳୟ ପରଶ ଦେଲା,
ଥିରି ଥିରି ହୋଇ ନବ ବଧୂ ପରି
ସଭିଙ୍କୁ ଛୁଇଁ ଦେଲା ।
କାର୍ତ୍ତିକ ଆଗତେ ଅତିଥି
ସେ ଆସିଅଛି ଏବେ ଭଲା,
ଯୁଇ ଯାଇ ଗେଣ୍ଡୁ ମାଳତୀ
ଚମ୍ପା ମଲ୍ଲି ଫୁଲ ମହକିଲା ।
ଧୂଆଁ ଧୂସରିତ ଘ କୁହୁଡ଼ି ରେ
ମୁହଁତା ଲୁଚେଇ ଦେଲା,
ଶୀତ ପାଆନ୍ତରେ ଶିଶିର ବିନ୍ଦୁରେ
କେତେ ସେ ସଜେଇ ହେଲା ।